Below header

ଏମିତି ବଦଳିଗଲା ପାଣିପାଗ; ରାତିରେ ଝଡ଼ ବର୍ଷା, ଆଗକୁ ଆହୁରି କାଳବୈଶାଖୀ ସମ୍ଭାବନା, ୧୬ ଜିଲ୍ଲାକୁ ସତର୍କତା

ଭୁବନେଶ୍ବର(କେନ୍ୟୁଜ୍) : ପାଣିପାଗରେ ହଠାତ୍‌ ପରିବର୍ତ୍ତନ । ୧୬ ଜିଲ୍ଲାକୁ ଝଡବର୍ଷା ସତର୍କତା। ଆଉ ୧୨ଘଣ୍ଟା ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା ଉପକୂଳ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୨୫ରୁ ୩୫ କିଲୋମିଟର ବେଗରେ ପବନ ବହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ସତର୍କ ସୂଚନା ଦିଆଯାଇଛି। ଗତକାଲି ରାତିରେ ରାଜ୍ୟର ଅଧିକାଂଶ ସ୍ଥାନରେ କୁଆପଥର ବର୍ଷା ହୋଇଥିଲା। ପବନରେ ଗଛ ଓ ହୋର୍ଡିଂ ମଧ୍ୟ ଉପଡି ଯାଇଛି। ବିଦ୍ୟୁତ ସରବରାହ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ଆସନ୍ତାକାଲିଠୁ ପାଗ ଶୁଖିଲା ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.