ଫେଡେରେସନ୍‌ କପ୍‌ରେ ଦୂତୀଙ୍କୁ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର (କେ ନ୍ୟୁଜ୍‌) : ପଞ୍ଜାବ ପାତିଆଲା ଠାରେ ଆୟୋଜିତ ଜାତୀୟ ସିନିୟର ଫେଡେରେସନ୍‌ କପ୍‌ ଆଥଲେଟିକ୍ସରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ ଜିତିଲେ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ । ଦୂତୀ ଆଜି ମହିଳା ୧୦୦ ମିଟର ଦୌଡ଼ରେ ଚାମ୍ପିଅନ୍‌ ହୋଇଛି । ସେ ୧୧.୪୫ ସେକେଣ୍ଡ ନେଇ ପ୍ରଥମ ହୋଇଛନ୍ତି । ପୂର୍ବରୁ ୨୦୦ ମିଟର ଦୌଡ଼ରେ ଦୂତୀ ୨୩.୩୫ ସେକେଣ୍ଡ ନେଇ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଅନ୍ୟ ଓଡ଼ିଆଙ୍କ ମଧ୍ୟରେ ପୂର୍ଣ୍ଣିମା ହେମ୍ବ୍ରମ୍‌ ହେପଟାଥଲନ୍‌ରେ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି ।
ଗତ ଶନିବାର ଦିନ ଦୂତୀ ୨୦୦ ମିଟରରେ ସ୍ୱର୍ଣ୍ଣ ଜିତିଥିବା ବେଳେ ଜଉନା ମୁର୍ମୁ ୪୦୦ ମିଟର ଦୌଡ଼ରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ ।

 

 

Leave A Reply

Your email address will not be published.