Below header

ଭାରତ ବିରୁଦ୍ଧରେ ଘରୋଇ ଟେଷ୍ଟ ସିରିଜ ସହ ଆସନ୍ତା ୱାଲର୍ଡ କପରେ ନଜର ଆସିବେନି ବେନ

ଇଂଲଣ୍ଡ କ୍ରିକେଟର ବେନ ଷ୍ଟୋକ୍ସ କ୍ରିକେଟରୁ ବ୍ରେକ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଅନିଶ୍ଚିତକାଳ ପର୍ଯ୍ୟନ୍ତ ବେନ କ୍ରିକେଟରୁ ନେଇଛନ୍ତି ବ୍ରେକ । ଏହା କାରଣରୁ ଆସନ୍ତା ମାସରେ ହେବାକୁ ଥିବା ଘରୋଇ ଟେଷ୍ଟ ମ୍ୟାଚରେ ସେ ଅଂଶଗ୍ରହଣ କରିବେ ନାହିଁ । କେବଳ ଏତିକି ନୁହେଁ ବରଂ କିଛି ମାସ ପରେ ଟି-୨୦ ୱାଲର୍ଡ କପରେ ମଧ୍ୟ ସେ ସାମିଲ ହେବେ ନାହିଁ ।

ଭାରତ ବିରୁଦ୍ଧରେ ଆସନ୍ତା ଅଗଷ୍ଟ ମାସ ୪ ତାରିଖରେ ଟ୍ରେଣ୍ଟବ୍ରିଜରେ ଟେଷ୍ଟ ସିରିଜ ଆରମ୍ଭ ହେବ । ତେବେ ଏହି ମ୍ୟାଚରେ ବେନଙ୍କ ସ୍ଥାନରେ କ୍ରେଗ ଓଭରଟନ ଟିମରେ ସାମିଲ ହେବେ । ତେବେ ବେନଙ୍କ ଅନୁପସ୍ଥିତି ଇଂଲଣ୍ଡ ଟିମ ପାଇଁ ନିଶ୍ଚିତ ଭାବେ ଚ୍ୟାଲେଞ୍ଚ ପକାଇବ ।

ଏହାକୁ ନେଇ England and Wales Cricket Board ନିଜ ତରଫରୁ ମତାମତ ରଖିଥିଲେ । ୩୦ ବର୍ଷୀୟ ବେନ ନିଜ ମାନସିକ ସ୍ଥିତିକୁ ଠିକ କରିବା ସହ ରିଲାକ୍ସ ହେବା ପାଇଁ ଏହାକୁ ପ୍ରାଥମିକ ଗୁରୁତ୍ୱ ଦେଇଛନ୍ତି । ତେବେ ସୂଚନା ଅନୁଯାୟୀ ବେନଙ୍କ ଆଙ୍ଗୁଠିରେ ଆଘାତ ପାଇଁ ମଧ୍ୟ ସେ କିଛି ଦିନ ରେଷ୍ଟ କରିବା ପାଇଁ ଚାହୁଁଛନ୍ତି । ତେଣୁ ଏଥିପାଇଁ ସେ LV=Insurance ଟେଷ୍ଟ ସିରିଜରୁ ନିଜ ନାମକୁ ହଟାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.