ଆପତ୍ତିଜନକ କଣ୍ଟେଟକୁ ରୋକିବା ପାଇଁ ଡେଟିଂ ଆପ୍ସ ଉପରେ ଗୁଗଲର କଡ଼ା ରୋକ

ଗୁଗଲ ପକ୍ଷରୁ ନିଆଗଲା ବଡ଼ ନିଷ୍ପତ୍ତି । ଗୁଗଲ ପ୍ଲେ ଷ୍ଟୋରରୁ ନିଜ ଡେଟିଂ ଆପକୁ ହଟାଇବା ପାଇଁ ଯୋଜନା କରିଛି । ଏହାକୁ ନେଇ ସେ ଅନେକ ଡେଟିଂ ଆପ୍ସ ମଧ୍ୟ ଡିଲେଟ କରିବା ଆରମ୍ଭ କରିଛି । ଗୁଗଲର ଏହି ଡେଟିଂ ଆପକୁ ଅନେକ ଯୁବପିଢ଼ି ବ୍ୟବହାର କରୁଥିଲେ । ସେହି ଆପର ନାମ Sugar Dating ବା Sugar Daddy । କମ୍ପାନୀ ପକ୍ଷରୁ ଏହି ଆପ ଉପରେ ବ୍ୟାନ କରିବାର ନିଷ୍ପତ୍ତି ୨୯ ଜୁନରୁ ନିଆଯାଇଥିଲା ।

ନିଜ ପ୍ଲାଟଫର୍ମରେ ସେକ୍ସୁଆଲ ଆକ୍ଟିଭିଟି ବା କଣ୍ଟେକୁ ରୋକିବା ପାଇଁ ଗୁଗଲ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । Sugar Daddy ଭାରତରେ ନୂଆ ଆପ, କିନ୍ତୁ ପଶ୍ଚିମ ଦେଶରେ ଏହା ଅଧିକ ମାତ୍ରାରେ ବ୍ୟବହାର କରାଯାଏ ।

କିନ୍ତୁ ଭାରତରେ ଏହି ଆପ ଲଞ୍ଚ ହେବା ପରେ ଧିରେ ଧିରେ ଏହାର ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି । ଏମିତିକିିି ଏସିଆ ମହାଦେଶରେ ଭାରତରେ ଏହି ଆପର ବ୍ୟବହାର ବହୁ ମାତ୍ରାରେ ହୋଇଛି । ଏହା ସମାଜ ଉପରେ ଅନେକ ଖରାପ ପ୍ରଭାବ ପକାଉଛି । ଏହାର ଖରାପ କଣ୍ଟେଟକୁ ରୋକିବା ପାଇଁ କମ୍ପାନୀ ପକ୍ଷରୁ ରୋକ ଲଗାଯାଇଛି । ଆପତ୍ତିଜନକ କଣ୍ଟେଟକୁ ରୋକିବା ଗୁଗଲ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.