ପୁଣି ଧୋନୀଙ୍କ ନୂଆ ଲୁକ୍ ଭାଇରଲ, ଆପଣ ଦେଖିଲେ ବି ହୋଇଯିବେ ଫ୍ଯାନ

ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀଙ୍କୁ ସବୁବେଳେ ନିଜ କୁଲ୍ ଅନ୍ଦାଜ ପାଇଁ ଜଣାଶୁଣା ଆଉ ସୋସିଆଲ ମିଡିଆରେ ସର୍ବଦା ସକ୍ରିୟ । ଏବେ ଯଦିଓ ସେ କ୍ରିକେଟ ମଇଦାନରେ ଦୂରରେ ଅଛନ୍ତି ତଥାପି ସେ ଲୋକଙ୍କ ପ୍ରଶଂସାର ପାତ୍ର ରହିଥାନ୍ତି । ଏବେ ପୁଣିଥରେ କ୍ୟାପଟେନ କୁଲ ଚର୍ଚ୍ଚାରେ । ସବୁବେଳେ ନିଜ ହେୟାର ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହୁଥିବା ଧୋନୀ ପୁଣିଥରେ ନୂଆ ହେୟାର ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହିଛନ୍ତି।

 

View this post on Instagram

 

A post shared by Aalim Hakim (@aalimhakim)

ଏପରି ହେୟାର ଷ୍ଟାଇଲକୁ ବି ଲୋକେ ବହୁତ ପ୍ରଶଂସା କରୁଛନ୍ତି । ତାଙ୍କ ହେୟାର ଷ୍ଟାଇଲିଷ୍ଟ ଆଲିମ ହକିମ ଇନଷ୍ଟା ଏହି ଫଟୋ ପୋଷ୍ଟ କରିଛନ୍ତି । କେବଳ ସେତିକି ନୁହେଁ ଧୋନୀଙ୍କ ଝିଅ ଜିଭା ମଧ୍ୟ ଏହାକୁ ଫେସବୁକରେ ସେୟାର କରିଛନ୍ତି।
ଏପରି ସେ ସବୁବେଳେ ଦର୍ଶକଙ୍କ ଫୋକସରେ ରହିଥାନ୍ତି । ଏବେ ସେ ଆଇପିଏଲ ପାଇଁ ପ୍ରସ୍ତୁତ ହେଉଛନ୍ତି । ଆଉ ଟି-୨୦ କ୍ରିକେଟ ପୂର୍ବରୁ ନିଜର ଲୁକ ଚେଞ୍ଚ କରିବାକୁ ନେଇ ଏବେ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.