ଇଂଲଣ୍ଡ ବନାମ ପାକିସ୍ତାନ ଦ୍ୱିତୀୟ ଟେଷ୍ଟ: ପ୍ରଥମ ଦିନରେ ବର୍ଷା ସାଜିଲା ବାଧକ, ପାକିସ୍ତାନ ୧୨୬/୫

ସ୍ଥାନୀୟ ରୋଜ୍ ବାଉଲ୍ଠାରେ ଗୁରୁବାରଠାରୁ ଆରମ୍ଭ ହୋଇଛି ଇଂଲଣ୍ଡ-ପାକିସ୍ତାନ ଦ୍ବିତୀୟ ଟେଷ୍ଟ୍। ଗତ ସପ୍ତାହରେ ପ୍ରଥମ ଟେଷ୍ଟକୁ ୩ ୱିକେଟରେ ଜିତି ୧-୦ର ଅଗ୍ରଣୀ ହାସଲ କରିନେଇଥିବା ଇଂଲଣ୍ଡ ଦଳ ଏହି ଟେଷ୍ଟ୍ ଜିତି ଶୃଙ୍ଖଳା କବ୍ଜା କରିବାର ଲକ୍ଷ୍ୟ ରଖିଛି। ତେବେ ବର୍ଷା ପ୍ରଥମ ଦିବସରେ ବାଧକ ସାଜିଛି। ବର୍ଷା ଯୋଗୁଁ ଚତୁର୍ଥ ଥର ପାଇଁ ମ୍ୟାଚ୍ ବନ୍ଦ ରହିଥିବା ବେଳକୁ ଭ୍ରମଣକାରୀ ପାକିସ୍ତାନ ୪୫.୪ ଓଭରରେ ୧୨୬/୫ କରିଥିଲା।

aderson

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ। ଜେମ ଆଣ୍ଡରସନ ପ୍ରଥମ ଟେଷ୍ଟରେ ସନ ମାସୁଦଙ୍କୁ ଆଉଟ୍‌ କରିଦେଇଥିଲେ। ଏହାପରେ ଆବିଦ୍ ଅଲ୍ଲୀ ଏବଂ ଅଧିକାୟକ ଆଝାର ଅଲ୍ଲୀ ଦ୍ବିତୀୟ ୱିକେଟରେ ୭୨ ରନ୍ ଯୋଡ଼ି ସ୍ଥିତି ସୁଧାରିବାକୁ ପ୍ରୟାସ କରିଥିଲେ। ହେଲେ ଆଝାର (୨୦)ଙ୍କୁ ଆଣ୍ଡରସନ୍ ନିଜର ଦ୍ବିତୀୟ ଶିକାର କରି ପାକିସ୍ତାନକୁ ଝଟ୍କା ଦେଇଥିଲେ। ବର୍ଷା ଯୋଗୁଁ ବାରମ୍ବାର ମ୍ୟାଚ୍ ବାଧାପ୍ରାପ୍ତ ହେଉଥିଲା ବେଳେ ଇଂଲଣ୍ଡ ବୋଲରମାନେ ମଧ୍ୟ ୱିକେଟ୍ ନେଇଚାଲିଥିଲେ। ସାମ୍ କରନ୍, କ୍ରିସ୍ ୱକ୍ସ ଏବଂ ଷ୍ଟୁଆର୍ଟ ବ୍ରଡ୍ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିନେବାରୁ ପାକିସ୍ତାନ ୧୨୬/୫ରେ ସଂଘର୍ଷ କରିଥିଲା। ଏହାପରେ ଆସାଦ୍ ସଫିକ୍ (୫) ଓ ଫୱାଦ୍ ଆଲାମ୍ (୦) ଆଉଟ୍ ହୋଇଥିଲେ। ବାବର ଆଜମ୍ ୨୫ ଓ ମହମ୍ମଦ ରିଜ୍ୱାନ (୪) କ୍ରିଜରେ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.