ଇଂଲଣ୍ଡକୁ ମାତ୍‌ ହେଲା ୱେଷ୍ଟଣ୍ଡିଜ, ଜିତିଲା ପ୍ରଥମ ଟେଷ୍ଟ ମ୍ୟାଚ

ସାଉଥାମ୍ପଟନ୍: କରୋନା ସମୟରେ ପ୍ରଥମ ଇଣ୍ଟରନ୍ୟାସନାଲ ଟେଷ୍ଟ ମ୍ୟାଚ ଜିତିଲା ୱେଷ୍ଟଣ୍ଡିଜ। କରୋନା କାଳରେ ଇଂଲଣ୍ଡ ଏବଂ ୱେଷ୍ଟଣ୍ଡିଜ ଦୁଇ ଦେଶ ଯେପରି ଖେଳୁଥିଲେ, ତାହାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଥିଲା। ୱେଷ୍ଟଇଣ୍ଡିଜ୍ ରୋମାଞ୍ଚକ ଭାବେ ୪ ୱିକେଟରେ ଇଂଲଣ୍ଡକୁ ହରାଇ ଦେଇଛି। ୨୦୦ ରନ୍କୁ ପିଛା କରିଥିବା ଇଣ୍ଡିଜ ୨୭ ରନରେ ୩ ୱିକେଟ୍ ହରାଇ ଦେଇଥିଲେ ମଧ୍ୟ ବ୍ଲାକଉଡଙ୍କ ସାହସିକ ତଥା ଧୈର୍ଯ୍ୟପୂର୍ଣ୍ଣ ପାଳି ଓ ଦୁଇଟି ଗୁରୁତ୍ବପୂର୍ଣ୍ଣ ଭାଗୀଦାରି ବଳରେ ଦଳ ବିଜୟ ପାଇଥିଲା। ୬ ୱିକେଟ୍ ହରାଇ ଜାସନ୍ ହୋଲଡରଙ୍କ ଦଳ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା।

33

ରବିବାର ଇଂଲଣ୍ଡ ଏହାର ଦ୍ବିତୀୟ ପାଳିକୁ ୨୮୪/୮ରୁ ଖେଳି ଶେଷ ଦୁଇ ୱିକେଟ୍ ହରାଇବା ପୂର୍ବରୁ ଆଉ ୨୯ ରନ୍ ଯୋଡ଼ି ନେଇଥିଲା। ଦୁଇ ଅପରାଜିତ ବ୍ୟାଟସମ୍ୟାନ୍ ଜୋଫ୍ରା ଆର୍ଚର (୨୩, ୩୫ ବଲ, ୪ ଚୌକା) ଏବଂ ମାର୍କ ଉଡ୍ (୨)ଙ୍କୁ ୱିକେଟ୍ ପଛପଟେ ସନ୍ ଡାଓରିଚଙ୍କ ଦ୍ବାରା କ୍ୟାଚ୍ କରାଇ ସାନନ୍ ଗାବ୍ରିଏଲ୍ ନିଜ ୫ ୱିକେଟ୍ ସଫଳତା ଅର୍ଜନ କରିଥିଲେ। ପ୍ରଥମ ପାଳିରେ ୪ ୱିକେଟ୍ ନେଇଥିବାରୁ ମ୍ୟାଚରେ ଗାବ୍ରିଏଲ୍ ୯/୧୩୭ ବୋଲିଂ ସହ ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ଇଂଲଣ୍ଡ ଦ୍ବିତୀୟ ପାଳି ୩୧୩ ରନରେ ସୀମିତ ରହିଯିବାରୁ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ  ୨୦୦ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.