ବଲିଉଡ୍‌କୁ ପୁଣି ଏକ ଝଟକା: ସାହାଯ୍ୟ ମାଗି ଶେଷରେ କମ ବୟସରେ ଆଖି ବୁଜିଲେ ଏହି ଅଭିନେତ୍ରୀ

ଚଳିତ ବର୍ଷ ୨୦୨୦ ବଲିଉଡ୍‌ ପାଇଁ ଖରାପ ସମୟ ଚାଲିିଛି। ଜଣଙ୍କ ପରେ ଜଣେ ଝଟକା ଦେଉଛନ୍ତି। ସେହିଭଳି ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି, ଅଭିନେତ୍ରୀ ମଡେଲ୍‌ ଦିବ୍ୟା ଚୌକସେ୍‌ ଦୁନିଆରୁ ବିଦାୟ ନେଇଛନ୍ତି। ଏହି ଖବର ତାଙ୍କର ଜଣେ ସାଙ୍ଗ ଏବଂ ଭଉଣୀ ଫେସବୁକ୍‌ ମାଧ୍ୟମରେ ଜଣାଇଛନ୍ତି। ଦିବ୍ୟା ଚୌକସେ୍‌ ଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ସମାନେ ଅଭିନେତ୍ରୀଙ୍କୁ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳୀ ଦେବା ଆରମ୍ଭ କରିଛନ୍ତି।

divya-choukseyସୂଚନା ମୁତାବକ ଦିବ୍ୟା ଚୌକସେ୍‌ କ୍ୟାନସରରେ ପୀଡିତ ଥିଲେ। ଦିବ୍ୟାଙ୍କ ଖାସ୍‌ ଦୋସ୍ତ ନିହାରିକା ରାୟଜାଦା ଫେସବୁକ୍‌ ଜରିଆରେ ଦିବ୍ୟାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି। ସେହିଭଳି ଦିବ୍ୟାଙ୍କ ସମ୍ପର୍କୀୟ ଭଉଣୀ ସୋମ୍ୟା ନିଜର ଫେସବୁକ୍‌ ପେଜ୍‌ ରେ ଲେଖିଛନ୍ତି, ‘ମତେ ଅତ୍ୟନ୍ତ ଦୁଃଖର ସହ ଜଣାଇବାକୁ ପଡୁଛି କି, ମୋ ଭଉଣୀ ଦିବ୍ୟା ଚୌକସେ୍‌ଙ୍କର କ୍ୟାନସର କାରଣରୁ ଖୁବ୍‌ କମ ବୟସରେ ଦେହାନ୍ତ ହୋଇଛି। ’

Divya-Chouksey-ସୋମ୍ୟା ନିଜର ଏହି ପୋଷ୍ଟରେ ଲେଖିଛନ୍ତି, ‘ଦିବ୍ୟା ଲଣ୍ଡନରେ ଆକ୍ଟିଂ କୋର୍ସ କରିଥିଲେ ଏବଂ ସେ ଜଣେ ଭଲ ମଡେଲର୍‌ ମଧ୍ୟ ଥିଲେ। ଏଥିସହ ସେ ଅନେକ ଫିଲ୍ମ ଏବଂ ସିରିଏଲ୍‌ ରେ ମଧ୍ୟ କାମ କରିଛନ୍ତି। ଆଜି ସେ ମତେ ଛାଡି ଚାଲିଯାଇଛନ୍ତି। ଈଶ୍ୱର ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।

ରିପୋର୍ଟ ଅନୁଯାୟୀ ଦିବ୍ୟା ଟ୍ଵିଟରରେ ଆକ୍ଟିଭ୍‌ ନଥିଲେ ମଧ୍ୟ ସେ ଶେଷ ଟ୍ଵିଟରେ ସାହାଯ୍ୟ ମାଗିଥିଲେ। ଦିବ୍ୟାଙ୍କର ଶେଷ ଟ୍ଵିଟ ଗତ ୭ ମେ’ ରେ ଥିଲା। ନିଜର ଶେଷ ଟ୍ଵିଟରେ ଦିବ୍ୟା ଲେଖିଥିଲେ, ‘କିଏ misseltow ଥେରାପି ବିଷୟରେ ଜାଣିଛନ୍ତି କି। ମତେ ସାହାଯ୍ୟର ଆବଶ୍ୟକତା ଅଛି। ’

divvya-ସୂଚନା ଯୋଗ୍ୟ ଦିବ୍ୟା ଫିଲ୍ମ ‘ହେ ଅପନା ଦିଲ୍‌ ତୋ ଆଓ୍ଵାରା’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହି ଫିଲ୍ମରେ ଦିବ୍ୟା ‘ସାନ୍ୟା ଦଲଓ୍ଵାନୀ’ଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଏହାବ୍ୟତୀତ ଦିବ୍ୟା ଅନେକ ବିଜ୍ଞାପନରେ ମଧ୍ୟ ନଜର ଅସିଛନ୍ତି। ସୂଚନା ମୁତାବକ ଦିବ୍ୟା ଆକ୍ଟିଂ ବ୍ୟତୀତ କଥକ ଏବଂ ଡ୍ୟାନ୍ସରେ ମଧ୍ୟ ଟ୍ରେନିଂ ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.