Below header

ଦୁନିଆରେ ରହିଛି ଏମିତି ଏକ ରହସ୍ୟମୟ ଗଛ, ଯାହାକୁ କାଟିବା ମାତ୍ରେ ବାହାରିଥାଏ ମଣିଷ ଭଳି ରକ୍ତ

କେନ୍ୟୁଜ୍ : ପିଲାଦିନରୁ ଆମକୁ କୁହାଯାଇଥାଏ କି, ଗଛ ଏବଂ ଉଦ୍ଭିଦ ଗୁଡିକରେ ମଧ୍ୟ ଜୀବନ ଅଛି । ଆମେ ଏହାକୁ ଅନାବଶ୍ୟକ ଭାବରେ କାଟିବା ଉଚିତ୍ ନୁହେଁ । ଭାରତୀୟଙ୍କ ଭିତରେ ଏକ ବିଶ୍ବାସ ରହିଛି କି ସନ୍ଧ୍ୟା ପରେ ଗଛରୁ ଫୁଲ କିମ୍ବା ପତ୍ର ଛିଡାଇବା ଅନୁଚିତ୍। ଅନ୍ଯପଟେ ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ଗଛ କାଟିଲେ ବହୁତ ଦୁଃଖ ଅନୁଭବ ହୋଇଥାଏ ।

ବୃକ୍ଷଗୁଡ଼ିକ ଆମ ପରିବେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ସେମାନଙ୍କୁ ଅଯଥା କାଟିବା ଆନାବଶ୍ୟକ। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଗଛ ବିଷୟରେ ଜାଣାଇବୁ ଯାହାକୁ କାଟିଲେ ସେଥିରୁ ମଣିଷ ପରି ଲାଲ ରକ୍ତ ବାହାରିଥାଏ ।

blood treeଗଛରୁ ବାହାରୁଛି ରକ୍ତ :

ଦୁନିଆରେ ଏପରି ଏକ ରହସ୍ୟମୟ ଗଛ ଅଛି, ଯାହାକୁ କାଟିବା ମାତ୍ରକେ ସେଥିରୁ ଏକ ଲାଲ ରଙ୍ଗର ପଦାର୍ଥ ବାହାରିଥାଏ ।ଏହି ଲାଲ ପଦାର୍ଥ ଠିକ୍ ମାନବ ରକ୍ତ ପରି ଦେଖାଯାଏ। ତେଣୁ ଆପଣ ଏହାକୁ ଦେଖି ଭୟଭୀତ ହୋଇଯିବାଟା ସ୍ବାଭାବିକ । ଏହି ଗଛ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳେ। ଏହା ନିଜ ଭିତରେ ହିଁ ଏକ ସ୍ୱତନ୍ତ୍ର ଏବଂ ଅନନ୍ୟ ପରିଚିୟ ତିଆରି କରିଛି ।

blood woodଦକ୍ଷିଣ ଆଫ୍ରିକୀୟ ବ୍ଲଡଉଡ୍ ଗଛ :

ଏହି ଅନନ୍ୟ ରକ୍ତ ଗଛ ଦକ୍ଷିଣ ଆଫ୍ରିକା ତଥା ମୋଜାମ୍ବିକ, ନାମିବିଆ, ତାଞ୍ଜାନିଆ ଏବଂ ଜିମ୍ବାୱେ ଭଳି ଦେଶରେ ଦେଖିବାକୁ ମିଳେ। ଲୋକମାନେ ଏହି ଗଛକୁ ‘ବ୍ଲଡଉଡ୍ ଗଛ’ ଭାବରେ ଜାଣନ୍ତି। ଏହା ବ୍ୟତୀତ, ଏହି ଗଛ କିୟତ ମୁକୱା ଏବଂ ମୁନିଙ୍ଗା ଭଳି ନାମରେ ମଧ୍ୟ ଲୋକପ୍ରିୟ । ତେବେ ଏହାର ବୈଜ୍ଞାନିକ ନାମ ହେଉଛି ‘ସାରୋକରପସ୍ ଆଙ୍ଗୋଲାନିସ୍’ ।

woodତିଆରି ହେଉଛି ଔଷଧ :
ଏହି ଗଛ ଭିତରେ ଏକ ଲାଲ ରଙ୍ଗର ରସ ଅଛି । ଯଦିଓ ଏହାକୁ କାଟିବା ପରେ ବାହାରୁଥିବା ଲାଲ ରଙ୍ଗର ପଦାର୍ଥକୁ ଦେଖିଲେ ଟିକେ ଭୟ ଲାଗିଥାଏ କିନ୍ତୁ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ କି, ଏହା ଏକ ଔଷଧ ଭାବରେ ବ୍ୟବହୃତ ହୁଏ | ଏଥିରେ ପେଟ ଜନିତ ସମସ୍ୟା, ମ୍ୟାଲେରିଆ ଏବଂ ଅନେକ ଗୁରୁତର ଆଘାତ ଭଲ ହୋଇଯାଏ । ଏପରି ପରିସ୍ଥିତିରେ ଲୋକମାନେ ଏହି ବୃକ୍ଷକୁ ଯାଦୁକର ବୃକ୍ଷ ବୋଲି ମଧ୍ୟ କହିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.