ବିଶ୍ୱକପ୍‌ : ଫର୍ଣ୍ଣାଣ୍ଡୋଙ୍କ ଶତକ, ଇଣ୍ଡିଜ୍‌ ବିପକ୍ଷରେ ଶ୍ରୀଲଙ୍କାର ୩୩୮ ରନ୍‌

ଲଣ୍ଡନ୍‌ : ଆବିଷ୍କା ଫର୍ଣ୍ଣାଣ୍ଡୋଙ୍କ ଶତକ ବଳରେ ଆଜି ବିଶ୍ୱକପ୍‌ ମ୍ୟାଚ୍‌ରେ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ଶ୍ରୀଲଙ୍କା କରିଛି ୬ ଓ୍ଵିକେଟ୍‌ରେ ୩୩୮ ରନ୍‌ । ଫର୍ଣ୍ଣାଣ୍ଡୋ ୧୦୩ ବଲ୍‌ରେ ୧୦୪ ରନ୍‌ କରିଛନ୍ତି । ଏହା ତାଙ୍କର ପ୍ରଥମ ଦିନିକିଆ ଶତକ । ଓପ୍ନର କରୁଣାରତ୍ନେ ୩୨ ଏବଂ ପେରେରା ୫୧ ବଲ୍‌ରୁ ୬୪ ରନ୍‌ ସ୍କୋର କରିଥିଲେ । ପରେ ମେଣ୍ଡିସ୍‌ ୨୯ ଏବଂ ଥିରିମାନେ ଅପରାଜିତ ୪୫ ରନ୍‌ ସ୍କୋର କରିବା ଫଳରେ ଶ୍ରୀଲଙ୍କା ସହଜରେ ୩ ଶହ ରନ୍‌ ଟପି ଯାଇଥିଲା । କୌଣସି ଇଣ୍ଡିଜ୍‌ ବୋଲର୍‌ଙ୍କ ପ୍ରଭାବ ଲଙ୍କା ବ୍ୟାଟ୍‌ସମ୍ୟାନ୍‌ଙ୍କ ଉପରେ ପଡ଼ିନଥିଲା ।
ଟୁର୍ଣ୍ଣାମେଣ୍ଟରେ ଶ୍ରୀଲଙ୍କା ଏପର୍ଯ୍ୟନ୍ତ ୭ଟି ମ୍ୟାଚ୍‌ ଖେଳି ୬ ପଏଣ୍ଟ ପାଇଥିବା ବେଳେ ଇଣ୍ଡିଜ୍‌ ମାତ୍ର ୩ ପଏଣ୍ଟ ହାସଲ କରିଛି । ଉଭୟ ଦଳ ପ୍ରତିଯୋଗିତାର ସେମିଫାଇନାଲ୍‌ ଦୌଡ଼ରୁ ବାଦ୍‌ ପଡ଼ି ସାରିଛନ୍ତି । ତେଣୁ ଏହି ମ୍ୟାଚ୍‌ର ଗୁରୁତ୍ୱ କିଛି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.