ବ୍ରହ୍ମପୁର : ବିଏମସି ପକ୍ଷରୁ ଗୃହପାଳିତ ପଶୁଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳ ମଧ୍ୟରେ ଥିବା ସମସ୍ତ ଗୃହପାଳିତ ଗୋରୁ ମଇଁଷି ଆଦି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ଦ୍ୱାରା ସମସ୍ତ ଗାଈ, ଗୋରୁ, ବାଛୁରୀ ଓ ମଇଁଷିକୁ ଚିହ୍ନଟ କରାଯାଇ କାନନୋଳି ବା ଟ୍ୟାଗିଙ୍ଗ୍ କରାଯିବ । ଏଥିପାଇଁ ଉଭୟ ବିଏମସି ଓ ଜିଲ୍ଲା ପଶୁ ସମ୍ପଦ ବିକାଶ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି । ଏଥିପାଇଁ ୧୦ଟି ଟିମ୍ ଗଠନ ହୋଇଛି । ଏମାନେ ସହରର ସମସ୍ତ ୪୦ ୱାର୍ଡ ବୁଲି ପ୍ରଥମେ ଗୋପାଳନ କରିଥିବା ମାଲିକଙ୍କୁ ଚିହ୍ନଟ କରିବେ । ପରେ ଗାଈ ଗୋରୁଙ୍କୁ ଟ୍ୟାଗିଂ କରିବେ । ଆଜି ବ୍ରହ୍ମପୁର ସହରର ୧ ନଂ ୱାର୍ଡ ହରଡ଼ାଖଣ୍ଡି ଅଞ୍ଚଳରୁ ଆରମ୍ଭ ହୋଇଥିବା ବେଳେ କାର‌୍ୟ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି ।

tagging

ବ୍ରହ୍ମପୁର ମହାନଗର ନିଗମର ୧ ନମ୍ୱର ୱାର୍ଡ ହରିଡ଼ାଖଣ୍ଡିରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହା ସହ ଏହି ଚିହ୍ନଟ ପ୍ରକ୍ରିୟା ଦ୍ୱାରା ଗାଈ ଓ ଗୋରୁଙ୍କୁ କାନନୋଳି ଲଗାଯିବ । ଏହା ଦ୍ୱାରା ସେମାନଙ୍କ ମାଲିକମାନଙ୍କୁ ଅତି ସହଜରେ ଚିହ୍ନଟ କରାଯାଇ ପାରିବ । ରାସ୍ତାରେ ବୁଲୁଥିବା ଗାଈମାନଙ୍କ ମାଲିକ ଚିହ୍ନଟ ପରେ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବ । ଏହା ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ସହ ଦୁର୍ଘଟଣାକୁ ମଧ୍ୟ ଏଡାଇ ହେବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।
ବ୍ରହ୍ମପୁର ମହାନଗର ନିଗମ ଓ ଜିଲ୍ଲା ପଶୁ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପାଇଁ ୧୦ ଟି ଟିମ୍ ଗଠନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୮ ହଜାର ଗୃହପାଳିତ ପଶୁଙ୍କୁ କାନନୋଳି ଲଗାଇବା ଲାଗି ଲକ୍ଷ୍ୟ ରଖିଛି ବିଏମସି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.