ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ମୋବାଇଲ୍ ଆପ୍ ଜରିଆରେ ଚାଲିବ ଟ୍ରେନ୍ ସମ୍ପର୍କିତ ସୂଚନା

ଆଉ ଦୁଇ ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଯାତ୍ରୀଙ୍କ ଗମନାଗମନ ପାଇଁ ରେଳବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତ ବର୍ଷ ପ୍ରଥମ ପାଇଁ ମୋବାଇଲ୍ ଆପ୍ର ବ୍ୟବସ୍ଥା ହୋଇଛି । ଯାତ୍ରୀମାନେ ପୂର୍ବତଟ ରେଳବାଇର ସ୍ୱତନ୍ତ୍ର ମୋବାଇଲ୍ ଆପ୍ ଡାଉନଲୋଡ୍ କରି ରେଳ ଚଳାଚଳ ସମ୍ପର୍କିତ ସମସ୍ତ ତଥ୍ୟ ଓ ସୂଚନା ପାଇପାରିବେ । ଶ୍ରୀଗୁଣ୍ଡିଚା ଯାତ୍ରାରୁ ସୁନାବେଶ ପର୍ଯ୍ୟନ୍ତ ୧୨ ଦିନ ଧରି ମୋଟ୍ ୧୯୪ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ସେହିପରି ୩୮ଟି ବୁକିଂ କାଉଣ୍ଟର ବ୍ୟବସ୍ଥା ହୋଇଛି । ଏଥିସହ ପୁରୀ-ଖୋର୍ଦ୍ଧା ରୋଡ୍ ମଧ୍ୟରେ ୨ଟି ମେମୁ ଟ୍ରେନ୍ ଚଳାଚଳ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.