Below header

କ୍ରିକେଟ୍‌ ଓ ଫୁଟ୍‌ବଲ୍‌ ଅଧିନାୟକଙ୍କ ମିଳନ : ବିରାଟଙ୍କ କ୍ୟାମ୍ପରେ ସୁନୀଲ ଛେତ୍ରୀ

ଚେନ୍ନାଇ : ସ୍ଥାନୀୟ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମଙ୍ଗଳବାର ଦିନ ଏକ ନିଆରା ପରିବେଶ ଦେଖିବାକୁ ମିଳିଥିଲା । ଆଇପିଏଲ୍‌ ଟିମ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍‌ର ଖେଳାଳିମାନେ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଅଭ୍ୟାସ କରୁଥିବା ବେଳେ ସେଠାରେ ପହଞ୍ଚିଥିଲେ ଭାରତୀୟ ଫୁଟ୍‌ବଲ୍‌ ଟିମ୍‌ର ଅଧିନାୟକ ତଥା ଦେଶର ଷ୍ଟାର୍‌ ଖେଳାଳି ସୁନୀଲ ଛେତ୍ରୀ । ମିଳନ ହୋଇଥିଲା ଦୁଇ ଅଧିନାୟକଙ୍କର । ବିରାଟ ସୁନୀଲଙ୍କୁ ନେଇ ସବୁ ଖେଳାଳିଙ୍କ ସହିତ ପରିଚୟ କରାଇଥିଲେ । ବେଶ୍‌ କିଛି ସମୟ ସେଠାରେ କଟାଇଥିଲେ ସୁନୀଲ ଛେତ୍ରୀ ।
ସୂଚନାଯୋଗ୍ୟ ଯେ ସୁନୀଲ ଛେତ୍ର ଜଣେ ଫୁଟ୍‌ବଲ୍‌ ଷ୍ଟାର୍‌ ହେଲେ ମଧ୍ୟ କ୍ରିକେଟ୍‌କୁ ଭଲ ପାଆନ୍ତି । ଆଉ ସବୁଠାରୁ ବଡ଼ କଥା ହେଉଛି ସେ ବିରାଟଙ୍କର ଜଣେ ବିରାଟ ପ୍ରଶଂସକ । ଉଭୟଙ୍କ ମଧ୍ୟରେ ନିୟମିତ ଭାବେ କଥାବାର୍ତ୍ତା ଓ ଦେଖା ସାକ୍ଷାତ ହୁଏ । ବିରାଟ ତାଙ୍କର ପ୍ରେରଣା ବୋଲି ସୁନୀଲ କୁହନ୍ତି । ଅନ୍ୟପକ୍ଷରେ ବିରାଟ ମଧ୍ୟ ଜଣେ ଫୁଟ୍‌ବଲ୍‌ ପ୍ରେମୀ ଏବଂ ସୁନୀଲଙ୍କର ଫ୍ୟାନ୍‌ ।

VIRAT-SUNIL-1
ସୁନୀଲ ଷ୍ଟାଡିୟମ୍‌ରେ ପହଞ୍ଚିବା ପରେ ବିରାଟ ତାଙ୍କ ନେଇ ଅଭ୍ୟାସ କରୁଥିବା ତାଙ୍କ ଟିମ୍‌ର ଖେଳାଳିମାନଙ୍କ ପାଖରେ ପହଞ୍ଚିଥିଲେ । ସମସ୍ତଙ୍କୁ ଡାକି କହିଥିଲେ ଯେ ଇଏ ହେଉଛନ୍ତି ଆମ ଜାତୀୟ ଫୁଟ୍‌ବଲ୍‌ ଦଳର ଅଧିନାୟକ । ତାଙ୍କୁ ଖେଳ ସମ୍ପର୍କିତ ଏବଂ ମାନସିକତା ସହିତ ଯେକୌଣସି ବିଷୟରେ ପ୍ରଶ୍ନ ପଚାରି ପାରିବେ । ସୁନୀଲ କହିଥିଲେ ମୁଁ ରୟାଲ ଚ୍ୟାଲେଞ୍ଜର୍ସର ଜଣେ ବଡ଼ ଫ୍ୟାନ୍‌ । ଆଗାମୀ ଆଇପିଏଲ୍‌ ସିଜିନ୍‌ ପାଇଁ ଆପଣମାନଙ୍କୁ ଶୁଭେଚ୍ଛା ଜଣାଉଛି ।
ଗତ ରବିବାର ଦିନ ସୁନୀଲ ଛେତ୍ରୀଙ୍କ ଦଳ ବେଙ୍ଗାଲୁରୁ ଏଫ୍‌ସି ଇଣ୍ଡିଆନ୍‌ ସୁପର ଲିଗ୍‌ରେ ଚାମ୍ପିଅନ୍‌ ହୋଇଛି । ଏପଟେ ଭଲ ଖେଳି ମଧ୍ୟ ତିନି ଥର ସେମିଫାଇନାଲ୍‌ ଓ ତିନିଥର ସେମିଫାଇନାଲ୍‌ ପହଞ୍ଚିବା ସତ୍ତ୍ୱେ ବିରାଟଙ୍କ ରୟାଲ ଚ୍ୟାଲେଞ୍ଜର୍ସ ଆପିଏଲ୍‌ ଟାଇଟଲ୍‌ ଜିତି ପାରି ନାହିଁ । ତେଣୁ ନିଜ ଟିମ୍‌ର ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ସୁନୀଲଙ୍କୁ ଡାକିଥିଲେ ବିରାଟ । ଆସନ୍ତା ୨୩ ତାରିଖରୁ ଆଇପିଏଲ୍‌ର ଦ୍ୱାଦଶ ସଂସ୍କରଣ ଆରମ୍ଭ ହେବ । ଚିନ୍ନାସ୍ୱାମୀ ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍‌ରେ ବିରାଟଙ୍କ ଦଳ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.