କିଟ୍‌ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଭେଟିଲେ ପୂର୍ବତନ କ୍ରିକେଟର ପ୍ରଜ୍ଞାନ ଓଝା

ଭୁବନେଶ୍ବର: କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଭେଟିଲେ ପୂର୍ବତନ କ୍ରିକେଟର ପ୍ରଜ୍ଞାନ ଓଝା । ଆଇପିଏଲ୍‌ ଗଭର୍ଣ୍ଣିଂ କାଉନ୍‌ସିଲ୍‌କୁ ମନୋନୀତ ହେବା ପରେ ସେ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଭେଟିଛନ୍ତି । ଡକ୍ଟର ସାମନ୍ତଙ୍କ ସହ କିଛି ସମୟ ଆଲୋଚନା କରିଥିଲେ ପ୍ରଜ୍ଞାନ ।

achyuta samant

ଡକ୍ଟର ସାମନ୍ତ ତାଙ୍କୁ ପଟ୍ଟଚିତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଗତ ମାସରେ ପ୍ରଜ୍ଞାନ ଓଝା ଆଇପିଏଲ୍‌ ଗଭର୍ଣ୍ଣି କାଉନ୍‌ସିଲ୍‌କୁ ମନୋନୀତ ହୋଇଛନ୍ତି । ଗତ ବର୍ଷ ଫେବ୍ରୁଆରୀରେ ଏହି ଓଡ଼ିଆ କ୍ରିକେଟର୍‌ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି । ପ୍ରଥମ ଓଡ଼ିଆ ଭାବେ ସେ ତିନିଟି ଫର୍ମାଟ୍‌ରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.