Below header

ଟାଟା ଷ୍ଟିଲର ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍ : ମିଡିଆ ଏକାଦଶ ଚାମ୍ପିଅନ୍

ଭୁବନେଶ୍ବର (କେନ୍ୟୁଜ୍) : ଟାଟା ଷ୍ଟିଲ୍ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚରେ ମିଡିଆ ଏକାଦଶ ଚାମ୍ପିଅନ୍ । ଫାଇନାଲ୍‌ରେ ପ୍ରଶାସକ ଏକାଦଶକୁ ୨ ରନରେ ହରାଇ ମିଡିଆ ଏକାଦଶ ଟ୍ରଫି ହାସଲ କରିଛି ।
ପ୍ରଥମେ ବ୍ୟାଟିଂ କରିଥିବା ମିଡିଆ ଏକାଦଶ ୬୧ ରନ୍ କରିଥିଲା । ୬୨ ରନ ଟାର୍ଗେଟକୁ ପିଛା କରୁଥିବା ପ୍ରଶାସକ ଏକାଦଶ ୫୯ ରନରେ ଅଲ୍ଆଉଟ୍ ହୋଇ ଯାଇଥିଲା । ସୁରେଶ ମହାପାତ୍ର ପ୍ରଶାସକ ଏକାଦଶର ଅଧିନାୟକ ଥିବା ବେଳେ କେ. ରବି ମିଡିଆ ଏକାଦଶର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ ।

match

ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ ପଡ଼ିଆରେ ଆୟୋଜିତ ହୋଇଥିବା ଏହି ବନ୍ଧୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଲିଡର ଏକାଦଶ, ପ୍ରଶାସକ ଏକାଦଶ, ମିଡିଆ ଏକାଦଶ ଓ ଟାଟା ଅଫିସର ଏକାଦଶ ଭାଗ ନେଇଥିଲେ । ପ୍ରଥମ ମ୍ୟାଚ୍‌ରେ ପ୍ରଶାସକ ଏକାଦଶ ୧୧ ରନ୍‌ରେ ବିଜୟୀ ହେବା ପରେ ଦ୍ୱିତୀୟ ମ୍ୟାଚ୍ ଟାଟା ଅଫିସର ଏକାଦଶକୁ ମିଡିଆ ଏକାଦଶ ୨ ରନ୍‌ରେ ହରାଇଥିଲା ।

TEAM-2
ପ୍ରଶାସକ ଏକାଦଶ ରନର୍ସଅପ୍‌

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.