ୟୁପିରେ ବେରୋଜଗାରର ଆଶ୍ଚର୍ଯ୍ୟ ଚକିତ ଚିତ୍ର , ଟେଲିଫୋନ ମେସେଞ୍ଜର ର ୬୩ଟି ପଦ ପାଇଁ ୧ଲକ୍ଷ ଆବେଦନକାରୀ

ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ବେରୋଜଗାର ଛବି ଚାରିଆଡେ ଦେଖିବାକୁ ମିଳୁଛି । ଦିନକୁ ଦିନ ଏହାକୁ ନେଇ ପରିସ୍ଥିତି ଗମ୍ଭୀର ହେବାର ଲାଗିଛି । ଉତ୍ତରପ୍ରଦେଶରେ ବେରୋଜଗାର ଏକ ରୂପ ଦେଖିବାକୁ ମିଳିଛି । ଯାହା କାହାକୁ ବି ଆଶ୍ଚର‌୍ୟ୍ୟ କରିବାକୁ ବାଧ୍ୟ କରିବ । ତେବେ ନିକଟରେ ପୋଲିସ ବିଭାଗରେ ଟେଲିଫୋନ୍ ମେସେଞ୍ଜର ପାଇଁ ସମୁଦାୟ ୬୩ଟି ପଦ ନିମିତ ପୋଷ୍ଟ ବାହାରିଥିଲା । ରିପୋର୍ଟ ମୁତାବକ ଏହି ପୋଷ୍ଟ ପାଇଁ ପାଖାପାଖି ଏକ ଲକ୍ଷ ଲୋକ ଆବେଦନ କରିଥିଲେ, ଯେଉଁଥିରେ ପାଖାପାଖି ୩୭୦୦ ପିଏଚଡି ଧାରୀ ସାମିଲ୍ ଥିଲେ ।

ଜୁଲାଇ ୨୦୧୮ରେ ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥଙ୍କ ନେତୃତ୍ଵରେ ଭାରତୀୟ ଜନତା ଦଳର ସରକାର ଏହି ପଦ ପାଇଁ ଆବେଦନ ମାଗିଥିଲେ । ଟେଲିଫୋନ୍ ମେସେଞ୍ଜରଙ୍କ କାମ ହେଉଛି ପୋଲିସ୍ ବିଭାଗର ଦସ୍ତାବିଜ୍,ଚିଠି ଏବଂ ଫାଇଲକୁ ଏକ ପୋଲିସ୍ ଥାନାରୁ ଆଉ ଜଣଙ୍କ ପାଖକୁ ପହଁଚାଇବ । ଏହି କାମ ସେମାନଙ୍କୁ ସାଇକେଲ ସାହାର‌୍ୟ୍ୟରେ ହିଁ କରିବାକୁ ପଡିବ ।

UP POLICEଏହି ପଦରେ ଭର୍ତ୍ତୀକୁ ନେଇ ଆସିଥିବା ଆବେଦନକାରୀଙ୍କ ମଧ୍ୟରେ ସିଲେକ୍ସନ୍ କରିବାରେ ବୋର୍ଡ ମଧ୍ୟ ହଇରାଣ ହୋଇଯାଇଥିଲେ । ଏକ ରିପୋର୍ଟ ଅନୁସାରେ ଜଣାପଡିଛି କି ୬୨ ପଦ ପାଇଁ ଯେଉଁ ୧ଲକ୍ଷ ଆବେଦନ କରିଛନ୍ତି, ସେମାନଙ୍କ ମଧ୍ୟରେ ୫୦ହଜାର ସ୍ନାତକ,୨୮ହଜାର ସ୍ନାତକୋତର ଏବଂ ୩,୭୦୦ ପିଏଚଡି ପଢିଥିବା ବ୍ୟକ୍ତି ଅଛନ୍ତି । ୟୁପିରେ ବେରୋଜଗାରୀ ସହିତ ଜଡିତ ଏହି ସମସ୍ୟା ବର୍ତ୍ତମାନ ଦେଖିବାକୁ ମିଳିଛି ।

ଏହାପୂର୍ବରୁ ପୂର୍ବ ସପ୍ତାହରେ ବେରୋଜଗାରୀ ପାଇଁ ସମସ୍ୟା ଆସିଥିଲା , ଯାହା ଆଧାରରେ କୁହାଗଲା କି ଦେଶରେ ୪୫ବର୍ଷ ଭିତରେ ୨୦୧୭-୧୮ରେ ସବୁଠାରୁ ଅଧିକ ବେରୋଜଗାରୀ ଦେଖିବାକୁ ମିଳିଛି । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵରେ ରାଷ୍ଟ୍ରୀୟ ଜନତାନ୍ତ୍ରୀକ ଗଠବନ୍ଧନ ସରକାର ଏହି ତଥ୍ୟକୁ ଖଣ୍ଡନ କରିଥିଲେ ।

ତେବେ ଗତ ଗୁରୁବାର ପ୍ରଧାନମନ୍ତ୍ରୀ କହିଥିଲେ କି -ମୋ କାର୍ଯ୍ଯକାଳରେ କୋଟି କୋଟି ଚାକିରି ବାହାରିଛି । କିନ୍ତୁ ଦେଶରେ ବିଭିନ୍ନ ସ୍ଥାନରୁ ଅନ୍ଯ ଏକ ଛବି ସାମ୍ନାକୁ ଆସୁଛି ଯାହାର କିନ୍ତୁ ଅନ୍ଯ ଏକ କାହାଣୀ ରହିଛି । କିଛି ସମୟ ପୂର୍ବରୁ କ୍ଯାଣ୍ଟିନ୍ ୱେଟର ପଦ ପାଇଁ ସାତ ହଜାର ଆବେଦନ ଆସିଥିଲା ଯେଉଁଥିରେ ଅଧିକ ଗ୍ରାଜୁଏଟ୍ ରହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.