Below header

ହାର୍ଦ୍ଦିକ ପାଣ୍ଡ୍ୟା ଖେଳିଲେ ଧୋନିଙ୍କ ହେଲିକାପ୍ଟର ସଟ୍, ପରେ ଭିଡିଓ ହେଲା ଟ୍ରୋଲ

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଓଚଖ୨୦୧୯)ର ୧୨ତମ ସିଜିନ୍ ଆରମ୍ଭ ହେବାରେ ଏବେ ବେଶି ଦିନ ବାକି ନାହିଁ। ଏନେଇ ସମସ୍ତ ଖେଳାଳୀ ଯୋରଶୋରରେ ପ୍ରସ୍ତୁତି କରୁଛନ୍ତି। କିଛି ଦିନ ପୂର୍ବେ ଆହତ ହେବା କାରଣରୁ ଟିମ ଇଣ୍ଡିଆରୁ ବାହାରି ଯାଇଥିବା ହାର୍ଦ୍ଦିକ ଏବେ ପୁରା ଠିକ୍ ଅଛନ୍ତି। ଏଣୁ ଅଗାମୀ ଆଇପିଏଲ ପାଇଁ ସେ ମଧ୍ୟ ପ୍ରସ୍ତୁତି କରୁଛନ୍ତି। ସେ ଆଇପିଏଲରେ ମୁମ୍ବାଇଇଣ୍ଡିଆନ୍ସ ତରଫରୁ ଖେଳୁଛନ୍ତି।

ପ୍ରସ୍ତୁତି ନେଇ ହାର୍ଦ୍ଦିକ ତାଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରଛନ୍ତି ଯାହା ବର୍ତ୍ତମାନ ତାହା ଭାରରାଲ ହୋଇଛି। ଏଥିରେ ସେ ଧୋନିଙ୍କ ହେଲିକାଫ୍ଟର ସଟ୍ ଖେଳୁଥିବା ନଜର ଆସିଛନ୍ତି। ଏହାର କ୍ୟାପସନରେ ସେ ଲେଖିଛନ୍ତି, ଆପଣ ଜାଣିପାରୁଥିବେ ମୁଁ ଏହି ସଟ୍ ପାଇଁ କାହାଠୁ ପ୍ରେରଣା ପାଇଛି।


ଭିଡିଓରେ ହାର୍ଦ୍ଦିକ ପୂର୍ବତମ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସିଗନେଚର ହେଲିକାପ୍ଟର ସଟ୍ ଖେଳୁଥିବା ଦେଖାଯାଇଛନ୍ତି। ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ବୋଲର ଯୁବରାଜ ସିଂ ମଧ୍ୟ ଧୋନିଙ୍କ ଏହି ସଟ୍ ଖେଳୁଥିବା ନଜର ଆସିଥିଲେ। ଏମିତି କୁହାଯାଇପାରେ କି , ମୁମ୍ବାଇ ଇଣ୍ଡିଆନ୍ସ ଏହି ସିଜିନ୍ ଅଧିକ ଏହି ସଟ୍ ର ବ୍ୟବହାର କରିପାରେ।

କିନ୍ତୁ ପାଣ୍ଡ୍ୟା ଯେତେବେଳେ ପ୍ରାକଟିସର ଏହି ଭିଡିଓକୁ ଶେୟାର କରିଥିଲେ ତାଙ୍କ ପ୍ରଶଂସକ ମାନେ ଭରପୁର ମାତ୍ରାର ଟ୍ରୋଲ କରିଥିଲେ। ଟ୍ରୋଲରେ ପ୍ରଶଂସକ କହିଥିଲେ ଦେଶ ପାଇଁ ଖେଳିବା ବେଳେ ଆହତ ହେଉଛ ଏବଂ ଆଇପିଏଲ ପାଇଁ ଖେଳିବା ସମୟରେ ଠିକ୍। ଏହିପରି ଅନେକ ଭିଡିଓ ହାର୍ଦ୍ଦିକ ସେହି ଭିଡିଓରେ ଆସିଥିଲା।

ଆଇପିଏଲର ଆରମ୍ଭ ୨୩ ମାର୍ଚ୍ଚରେ ହେବ। ମୁମ୍ବାଇ ଇଣ୍ଡିଆନ୍ସ ତାହାର ପ୍ରଥମ ମ୍ୟାଚ୍ ୨୪ ମାର୍ଚ୍ଚରେ ଦିଲ୍ଲୀ କ୍ୟାପେଟେଲ୍ସ ବିପକ୍ଷରେ ଖେଳିବ। ତେବେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରାକଟିସ ସେସନର ଅନେକ ଭିଡିଓ ତାଙ୍କର ଅଫିସିଆଲ ପେଜରେ ଶେୟାର କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.