ଏଲଆଇସିରେ ପ୍ରକାଶ ପାଇଲା ୫୯୦ଟି ଆସିଷ୍ଟାଣ୍ଟ ଅଫିସର ନିଯୁକ୍ତି, ଜାଣନ୍ତୁ ପୂରା ବିବରଣୀ

ଭାରତୀୟ ଜୀବନ ବୀମା ନିଗମ ବା ଲାଇଫ ଇନସୁରାନ୍ସ କର୍ପୋରେସନ ଅଫ ଇଣ୍ଡିଆ (LIC)ରେ ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ ଅଫିସର (AAO) ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଅନଲାଇନରେ ଆବେଦନ କରିପାରିବେ। ଏହି ଭର୍ତ୍ତିରେ ଅଲଗା ଅଲଗା ବିଭାଗର ପାର୍ଥିମାନେ ଆବେଦନ କରିପାରିବେ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବା ପାଇଁ ଆଶାୟୀ ଥିବା ପ୍ରାର୍ଥୀ ମାର୍ଚ୍ଚ ୨୨ ତାରିଖ ମଧ୍ୟରେ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ ୫୯୦ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ଜେନେରାଲିଷ୍ଟ ପଦ ପାଇଁ ୩୫୦ଟି, ଆଇ.ଟି ପାଇଁ ୧୫୦ଟି ପଦ, ସି.ଏ (ଚାର୍ଟଡ଼ ଅକାଉଣ୍ଟାଣ୍ଟ) ପାଇଁ ୫୦ଟି, actuarial ପାଇଁ ୩୦ଟି, ରାଜଭାଷା ପାଇଁ ୧୦ଟି ପଦବୀ ରହିଛି।

ଦରମା

ଏହି ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.୩୨,୭୯୫-ଟ.୬୨,୩୧୫ ମଧ୍ୟରେ ଦରମା ପ୍ରଦାନ କରାଯିବ।

ବୟସ ସୀମା

ପ୍ରାର୍ଥୀଙ୍କ ବୟସ ମାର୍ଚ୍ଚ ୧, ୨୦୧୯ ସୁଦ୍ଧା ସର୍ବନିମ୍ନ ୨୧ବର୍ଷ ଓ ସର୍ବାଧିକ ୩୦ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା ୫ ବର୍ଷ, ଓବିସି ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ ଏବଂ ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ ୧୦ବର୍ଷ କୋହଳ କରାଯିବ।

ଏହା ସହିତ ପଢ଼ନ୍ତୁ :BSNLର ୫୯୯ ଟଙ୍କା ରିଚାର୍ଜ ପ୍ଳାନ୍ , ଜାଣନ୍ତୁ ଜିଓ ଓ ଏୟାରଟେଲ୍ ତୁଳନାରେ କଣ ପାଇବେ ଲାଭ

ଆବେଦନ ଶୁଳ୍କ

ଏହି ପଦରେ ଆବେଦନ କରିବା ପାଇଁ ଫି’ ବାବଦରେ ସାମାନ୍ୟ ଏବଂ ଓବିସି ପ୍ରାର୍ଥୀଙ୍କୁ ଟ.୬୦୦ ପଇଠ କରିବାକୁ ପଡିବ। ଅନୁସୂଚିତ ଜାତି,ଜନଜାତି ଓ ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କୁ ଟ.୧୦୦ ଦେବାକୁ ପଡିବ। ଏହାକୁ ଅନଲାଇନରେ ପଇଠ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା

ଜେନେରାଲିଷ୍ଟ, ଆଇଟି, ଆକ୍ଚୁରିଆଲ ଓ ରାଜଭାଷା ପଦ ପାଇଁ ପ୍ରାର୍ଥୀ ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନ ବା ବିଶ୍ଵ ବିଦ୍ୟାଳୟରୁ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ। ଆଇ.ଟି ପଦ ପାଇଁ ପ୍ରାର୍ଥୀ କମ୍ପ୍ୟୁଟର ସାଇନ୍ସ ଓ ଓଞରେ ଇଞ୍ଜିନିୟରିଙ୍ଗ ପାସ କରିଥିବା ଆବଶ୍ୟକ।

ସେହିପରି ଚାଟାର୍ଡ ଆକାଉଟାଣ୍ଟ ପଦ ପାଇଁ ପ୍ରାର୍ଥୀ କମର୍ସରେ ଗ୍ରାଜୁଏସନ ପାସ କରିଥିବା ସହିତ ଇନଷ୍ଟିଚ୍ୟୁଟ ଅଫ ଚାଟାର୍ଡ ଆକାଉଟାଣ୍ଟ ଅଫ ଇଣ୍ଡିଆର ଆସୋସିଏଟ ମେମ୍ବର ଥିବା ଆବଶ୍ୟକ।

ଚୟନ ପ୍ରକ୍ରୀୟା

ଯୋଗ୍ୟ ବିବେଚିତ ପ୍ରାର୍ଥିଙ୍କର ତିନିଟି ପର୍ଯ୍ୟାୟରେ ଚୟନ କରାଯିବ। ପ୍ରଥମେ ଅନଲାଇନ ପରୀକ୍ଷା, ମୁଖ୍ୟ ପରୀକ୍ଷା ଏବଂ ପରେ ଇଣ୍ଟର୍ଭ୍ୟୁ ପରେ ଚୟନ କରାଯିବ।

ପ୍ରଥମ ପରୀକ୍ଷାର ସ୍ବରୂପ

-ପ୍ରଥମ ପରୀକ୍ଷାରେ ତିନିଟି ସେକ୍ସନ ହେବ। ପ୍ରତ୍ୟେକଙ୍କ ପାଇଁ ୨୦-୨୦ ମିନିଟ ସମୟ ନିର୍ଦ୍ଧାରିତ କରାଯାଇଛି। ପରୀକ୍ଷା ମୋଟ ୭୦ ଅଙ୍କରେ ନିର୍ଦ୍ଧାରଣ ହେବ।

-ଏଥିରେ ରିଜର୍ନି ଆବିଲିଟୀ, କ୍ବାଣ୍ଟିଟେଟିଭ୍ ଇଣ୍ଟର୍ଭ୍ୟୁ ଏବଂ ଇଂରାଜୀ ପ୍ରଶ୍ନ ପଚାରାଯିବ।

ନିଶ୍ଚିତ ପଢ଼ନ୍ତୁ : ଦାମୀ ଗାଡି, ଅଳଙ୍କାର କିଣିବା ହେବ ଶସ୍ତା, ଜିଏସଟି ଉପରୁ ଉଠିଲା ଟ୍ୟାକ୍ସ

ମୁଖ୍ୟ ପରୀକ୍ଷାର ସ୍ବରୂପ

-ମୁ୍ଖ୍ୟ ପରୀକ୍ଷା ମୋଟ ୩୦୦ ଅଙ୍କରେ ହେବ ଏବଂ ଏଥିରେ ରିଜନିଂ ଆବିଲିଟୀ, ସାଧାରଣ ଜ୍ଞାନ, କରେଣ୍ଟ ଆଫାୟାର୍ସ, ଡାଟା ଆନାଲିସିସ, ଇନସୁରାନ୍ସ ଏବଂ ଫାଇନାନସିଆଲ ସମ୍ବଦ୍ଧିତ ପ୍ରଶ୍ନ ପଚାରାଯିବ।

-ଦୁଇ ଘଣ୍ଟାର ନିର୍ଦ୍ଧାରିତ ସମୟ ଦିଆଯିବ।

-ଏହା ସହିତ ଏହି ଚରଣରେ ଇଂରାଜୀ ଭାଷା (ଲେଟର ରାଇଟିଂ ଏବଂ ନିବନ୍ଧ)ର ୨୫ ଅଙ୍କର ପେପର ଅଲଗା ହେବ।

-ଏହା ପାଇଁ ପାର୍ଥିଙ୍କୁ ଅଧାଘଣ୍ଟା ସମୟ ଦିଆଯିବ।

-ମୁଖ୍ୟ ପରୀକ୍ଷାରେ ପାସ କରିଥିବା ଆଶାୟୀ ପ୍ରାର୍ଥିଙ୍କୁ ଇଣ୍ଟର୍ଭ୍ୟୁ ଏବଂ ମେଡିକାଲ ଟେଷ୍ଟ ପାଇଁ ଡକାଯିବ।

ଆହୁରି ପଢ଼ନ୍ତୁ :ଭୋଟର ଲିଷ୍ଟରେ ଆପଣଙ୍କ ନାମ ଅଛି କି ନାହିଁ ଏପରି କରନ୍ତୁ ଚେକ୍ ..

ଆବେଦନ ପ୍ରକ୍ରିୟା

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ଲାଇଫ ଇନସୁରାନ୍ସ କର୍ପୋରେସନ ଅଫ ଇଣ୍ଡିଆର ଅଫିସିଆଲ ୱେବସାଇଟ www.licindia.in ରେ ଲଗଇନ କରନ୍ତୁ। ପ୍ରଥମେ careers ଅପସନ ଉପରେ କ୍ଲିକ କରନ୍ତୁ ଓ ଏହାପରେ recruitment of assistant administrative officer ୨୦୧୯ ଉପରେ କ୍ଲିକ କରନ୍ତୁ। ଏହାପରେ ଆପଣଙ୍କୁ ଏହି ୱେବସାଇଟରେ ନାମ ପଞ୍ଜୀକରଣ କରିବାକୁ ପଡିବ।

ଏହାପରେ ସମସ୍ତ ଅବଶ୍ୟକୀୟ ତଥ୍ୟ ଓ ପାସପୋର୍ଟ ସାଇଜ ଫଟୋ, ଦସ୍ତଖତ, ବୁଢା ଆଙ୍ଗୁଳି ଚିହ୍ନ ସ୍କାନ କରି ଅପଲୋଡ କରିବାକୁ ପଡିବ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଲାଇଫ ଇନସୁରାନ୍ସ କର୍ପୋରେସନ ଅଫ ଇଣ୍ଡିଆର ଅଫିସିଆଲ ୱେବସାଇଟ www.licindia.inରେ ଲଗଇନ କରନ୍ତୁ।

ମହତ୍ତ୍ବପୂର୍ଣ୍ଣ ତାରିଖ

-ଅନଲାଇନ ଆବେଦନ କରିବାର ଶେଷ ତାରିଖ : ୨୨ ମାର୍ଚ୍ଚ ୨୦୧୯

-ଅନଲାଇନ ଶୁଳ୍କର ଶେଷ ତାରିଖ : ୨୨ ମାର୍ଚ୍ଚ ୨୦୧୯

-କଲ ଲେଟର ଡାଉନଲୋଡ ତାରିଖ : ୨୨ ଏପ୍ରିଲ ରୁ ୩୦ ଏପ୍ରିଲ ୨୦୧୯ ପର୍ଯ୍ୟନ୍ତ ।

-ପ୍ରଥମ ପରୀକ୍ଷା ତିଥି : ୦୪ ଏବଂ ୦୫ ମଇ ୨୦୧୯।

-ମୁଖ୍ୟ ପରୀକ୍ଷା ସମ୍ଭାବିତ ତିଥି : ୨୮ ଜୁନ ୨୦୧୯।

Leave A Reply

Your email address will not be published.