Below header

ଚୀନ୍‌ ଆତଙ୍କବାଦୀ ମସୁଦ ଆଝାର୍‌କୁ ବାରମ୍ବାର ବଞ୍ଚାଉଛି କାହିଁକି ?

ପାକିସ୍ତାନ ପରେ ମୁଖା ଖୋଲୁଛି ଚୀନ୍‌ର । ଭାରତର ଶତ୍ରୁ ପଡ଼ୋଶୀ ପାକିସ୍ତାନକୁ ତ ପରୋକ୍ଷରେ ସାହାଯ୍ୟ କରୁଛି । ତା ସହିତ ଅନ୍ତର୍ଜାତୀୟ ସ୍ତରରେ ନେଉ ଭାରତ ବିରୋଧୀ ଆଭିମୁଖ୍ୟ । ଜୈସ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ଜନ୍ମଦାତା ତଥା ମୁଖ୍ୟ ମସୁଦ ଆଝାରକୁ ଯେତେବେଳେ ବିଶ୍ୱର ଅଧିକାଂଶ ଦେଶ ଅନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ଘୋଷଣା କରିବା ଲାଗି ଦାବି କରୁଥିବା ବେଳେ ଚୀନ୍‌ କିନ୍ତୁ ରାଜି ହେଉନାହିଁ । ଜାତିସଂଘ ସୁରକ୍ଷା ପରିଷଦରେ ଆମେରିକା, ବ୍ରିଟେନ୍‌ ଓ ଫ୍ରାନ୍ସ ଭଳି ଦେଶ ମାସୁଦକୁ ଆତଙ୍କୀ ଘୋଷଣା କରିବା ଲାଗି ଦାବି ଉଠାଇଥିବା ବେଳେ ଚୀନ୍‌ କହିଛି ଏଥିରେ କିଛି ବୈଷୟିକ ତ୍ରୁଟି ରହିଛି । ଯାହାଫଳରେ ଆଝାର ବିରୋଧରେ ଆସିଥିବା ପ୍ରସ୍ତାବ କାଟ୍‌ ଖାଇଛି । ଗତ ୧୦ ବର୍ଷ ମଧ୍ୟରେ ଚୀନ୍‌ ଚତୁର୍ଥଥର ଲାଗି ମସୁଦ ଆଝାରକୁ ବଞ୍ଚାଇ ଦେଇଛି । କହିଛି ବିନା ପ୍ରମାଣରେ କାହାକୁ ଏଭଳି ଭାବେ ଆତଙ୍କବାଦୀ ବୋଲି ଘୋଷଣା କରି ପାରିବା ନାହିଁ । ଜାତସଂଘ ସୁରକ୍ଷା ପରିଷଦରେ ଚୀନ୍‌ର ଭିଟୋ ପାଓ୍ଵାର ରହିଛି । ଯାହାକୁ ଭାରତ ବିରୋଧରେ ବ୍ୟବହାର କରୁଛି ଚୀନ୍‌ । ଏଥିରୁ ସ୍ପଷ୍ଟ ହେଉଛି ଯେ ଜୈସ ସଂଗଠନକୁ ପାକିସ୍ତାନ୍‌ ଭଳି ଚୀନ୍‌ର ବି ସମର୍ଥନ ରହିଛି ।

CHINA-2
ଏସିଆ ମହାଦେଶରେ ଚୀନ୍‌ ଏକ ମହାଶକ୍ତିଶାଳୀ ରାଷ୍ଟ୍ର । ତାକୁ ଟକ୍କର ଦେଉଛି ଭାରତ । ତେଣୁ ଭାରତକୁ ଚେକ୍‌ ଦେବା ଲାଗି ପାକିସ୍ତାନ ସହିତ ହାତ ମିଳାଇଛି ଚୀନ୍‌ । ପୁଣି ତିବ୍ଦତ ପ୍ରସଙ୍ଗ ଓ ତିବ୍ଦତୀୟ ଗୁରୁ ଦଲାଲ ଲାମାଙ୍କୁ ଭାରତ ସମର୍ଥନ କରୁଛି । ତେଣୁ ପାକିସ୍ତାନ ଭଳି ସିଧାସଳଖ ନହେଲେ ବି ଚୀନ୍‌ ପାଲଟିଛି ଭାରତର ଶତ୍ରୁ । ଡ୍ରାଗନ୍‌ର ଡର ହେଉଛି, ଭାରତ ଯେଭଳି ଭାବେ ଆମେରିକା ଓ ରୁଷଆ ସହିତ ସମ୍ପର୍କ ବଢ଼ାଇ ଚାଲିଛି ସେଥିରେ ଚୀନ୍‌ର ପ୍ରତିପତ୍ତି କମିଯିବ ।
ଆସନ୍ତୁ ଜାଣିବା ଭାରତ ତୁଳନାରେ ପାକିସ୍ତାନକୁ କାହିଁକି ନିଜର ଧରମ ପୁଅ ଭଳି ବ୍ୟବହାର କରୁଛି ଚୀନ୍‌ ।
ପ୍ରଥମ କଥା ହେଉଛି, ପାକିସ୍ତାନ ଏବେ ଘୋର ଅର୍ଥନୈତିକ ସଂକଟ ଦେଇ ଗତି କରୁଛି । ତେଣୁ ଚୀନ୍‌ଠାରୁ ଆର୍ଥିକ ସହାୟତା ମାଗିଛି । ଚୀନ୍‌ ମଧ୍ୟ ପାକିସ୍ତାନରେ ୭ କୋଟି ଲକ୍ଷ ପୁଞ୍ଜି ନିବେଶ କରିବ । ପୂର୍ବରୁ ପ୍ରାୟ ୪୬ ବିଲିୟନ୍‌ ଡଲାରର ବିଭିନ୍ନ ପ୍ରକଳ୍ପ ମଧ୍ୟ କରି ସାରିଛି । ଅନ୍ୟ ଦେଶ ତୁଳନାରେ ପାକିସ୍ତାନରେ ଚୀନ୍‌ର ସବୁଠାରୁ ଅଧିକ କମ୍ପାନୀ ରହିଛି । ଯାହାର ସଂଖ୍ୟା ୭୭ । ଏସବୁ ଦୃଷ୍ଟିରୁ ଚୀନ୍‌ , ପାକିସ୍ତାନ ବିରୋଧରେ ଯିବାର ପ୍ରଶ୍ନ ଉଠୁ ନାହିଁ । ଅନ୍ୟପକ୍ଷରେ ରାଜନୈତିକ ହେଉ କି ଆର୍ଥିକ, ସବୁ କ୍ଷେତ୍ରରେ ଭାରତ ତାର ପ୍ରତିଦ୍ୱନ୍ଦ୍ୱୀ ପାଲଟି ଥିବାରୁ ଚୀନ୍‌ର ରାଗ ରହିଛି ଭାରତ ଉପରେ । ସେଥିଲାଗି ସେ ପ୍ରତ୍ୟେକ କ୍ଷେତ୍ରରେ ଭାରତ ବିରୋଧୀ ମନୋଭାବ ଗ୍ରହଣ କରୁଛି । ଏଥିପାଇଁ ପାକିସ୍ତାନକୁ କରିଛି ଅସ୍ତ୍ର । ତେବେ ଦୁଇ ପଡ଼ୋଶୀ ରାଷ୍ଟ୍ର ଭାରତ ଓ ପାକିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ମସୁଦ ଆଝାରଙ୍କ ଆତଙ୍କବାଦ ଘୋଷଣା କରାଯିବା ଜରୁରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.