ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗର ଉପ ନିର୍ଦ୍ଦେଶିକା ଭାବେ ନିଯୁକ୍ତି ହେଲେ ବବିତା ଫୋଗତ

ହରିୟାଣା ସରକାର ରେସଲର ବବିତା ଫୋଗତ ଓ କବାଡି ଖେଳାଳି କବିତା ଦେବୀଙ୍କୁ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗର ଉପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତିରେ ରହିଥିବା ସର୍ତ୍ତାବଳୀ ଅନୁସାରେ ଉଭୟେ ଏଣିକି କୌଣସି ବ୍ୟବସାୟିକ ବିଜ୍ଞାପନ ପାଇଁ ଚୁକ୍ତି କରିପାରିବେ ନାହିଁ। କବିତା ହେଉଛନ୍ତି, ଜଣେ କବାଡି ଖେଳାଳି। ଅନ୍ତର୍ଜତୀୟ ରେସଲର ବବିତା ହେଉଛନ୍ତି ବିଶିଷ୍ଟ ରେସଲର କୋଚ ମହାବୀର ଫୋଗତଙ୍କ ଝିଅ। ବବିତାଙ୍କୁ ମିଳିଥିବା ଦାୟିତ୍ୱକୁ ସେ ସୂଚାରୁରୂପେ ତୁଲାଇବେ ବୋଲି ବବିତା କହିଛନ୍ତି।

ପୂର୍ବରୁ ଫୋଗତ ଭଉଣୀ ଦ୍ୱୟଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଦଙ୍ଗଲ’ ମଧ୍ୟ ରିଲିଜ ହୋଇଛି। ଏହି ଫିଲ୍ମକୁ ସଫଳତା ମିଳିବା ପରେ ସେମାନେ ଆଜି ଘରେ ଘରେ ପରିଚିତ। ଫୋଗତ ପୂର୍ବରୁ ହରିୟାଣା ପୋଲିସରେ ଜଣେ ପୋଲିସ ଇନ୍ସପେକ୍ଟର ଭାବେ ନିଯୁକ୍ତି ପାଇଥିଲେ। ଇସ୍ତଫା ଦେଇ ସେ ଭାଜପାରେ ଯୋଗ ଦେଇଥିଲେ। ୨୦୧୯ରେ ଦାଦିର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦୀତା କରି ପରାଜିତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.