ପ୍ଲାଷ୍ଟିକ ବୋତଲରେ ବନାଇଦେଲେ ଫେସସିଲ୍ଡ ସୋସିଆଲ ମିଡିଆରେ ତାରିଫ କରୁଛନ୍ତି ଲୋକେ , ଦେଖନ୍ତୁ ଭାଇରଲ ଯୁଗାଡ଼

ବର୍ତ୍ତମାନ କରୋନା ପାଇଁ ମାସ୍କ ଓ ଫେସସିଲ୍ଡର ବ୍ୟବହାର ବଢିଯାଇଛି । ପୂର୍ବରୁ ଲୋକମାନେ କେବଳ ମାସ୍କ ପିନ୍ଧୁଥିଲେ କିନ୍ତୁ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦେଖି ଲୋକେ ବର୍ତ୍ତମାନ ଫେସସିଲ୍ଡ ପିନ୍ଧିବା ମଧ୍ୟ ଆରମ୍ଭ କରିଦେଲେଣି । ତେବେ ବହୁତ କମ ଲୋକ ଏହି ଫେସସିଲ୍ଡ ବ୍ୟବହାର କରିବାର ଆପଣ ଦେଖୁଥିବେ କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଏହା ମଧ୍ୟ ସେତିକି ଜରୁରୀ ଯେତିକି ମାସ୍କ । ଏମିତିରେ ଆପଣ ସୋସିଆଲ ମିଡିଆରେ ଘରେ ମାସ୍କ ତିଆରି କରିବାର ଅନେକ ଭିଡିଓ ଦେଖିଥିବେ କିନ୍ତୁ କେବେ ଘରେ ଆପଣ ଫେସସିଲ୍ଡ ବନାଇଛନ୍ତି କି ? ନିକଟରେ ସୋସିଆଲ ମିଡ଼ିଆରେ ଏକ ଯୁଗାଡ଼ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ବ୍ୟକ୍ତି ଏକ ପ୍ଲାଷ୍ଟିକ ଖାଲି ବୋତଲ ଦ୍ୱାରା ଫେସସିଲ୍ଡ ବନାଉଥିବା ଦେଖିବାକୁ ମିଳିଛି । ତେବେ ତାଙ୍କ ଭିଡିଓକୁ ଆଇଏଏସ ଅବନିଶ ଶରଣ ସେୟାର କରିଛନ୍ତି । ଆଉ କ୍ୟାପ୍ସରେ ଲେଖିଛନ୍ତି “ବିନା ମୂଲ୍ୟରେ ଫେସସିଲ୍ଡ, ଏହି ଦେଶୀ ଫେସସିଲ୍ଡକୁ କେହି ହରାଇ ପାରିବେ ନାହିଁ ” ଚମତ୍କାର ଆବିଷ୍କାର ।


29 ସେକେଣ୍ଡର ଏହି ଭିଡିଓରେ ଆପଣ ଦେଖିପାରୁଥିବେ ଯେ ବ୍ୟକ୍ତି ଜଣକ ପ୍ରଥମେ ଏକ ବଡ଼ କୋଲ୍ଡଡ୍ରିଙ୍କର ବୋତଲରୁ ଉପର ଆଉ ତଳଭାଗକୁ କାଟି ଦେଇଛନ୍ତି । ତାପରେ ସେ ବୋତଲକୁ ମଝିରୁ କାଟି ଦେଇ ତାକୁ ନିଜ ଚେହେରାରେ ଚଷମା ଭଳି ପିନ୍ଧି ଦେଉଛନ୍ତି । ତେବେ ଏହି ଫେସସିଲ୍ଡ ସେହିମାନଙ୍କ ପାଇଁ ବହୁତ ଉପକାରୀ ସାବ୍ୟସ୍ତ ହୋଇପାରେ ଯେଉଁ ମାନେ ଫେସସିଲ୍ଡ ମାର୍କେଟରୁ କିଣିପାରୁନାହାନ୍ତି । ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ଖାଲି ସେତିକି ନୁହେଁ ଏହିଭଳି ଏକ ଧାଁସୁ ଯୁଗାଡ଼କୁ ଲୋକମାନେ ବହୁତ ତାରିଫ ମଧ୍ୟ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.