Below header

ହେଟମେୟର ଓ ହୋପଙ୍କ ଶତକ ବଳରେ ପ୍ରଥମ ଦିନିକିଆରେ ୮ ଓ୍ୱିକେଟରେ ଜିତିଲା ଇଣ୍ଡିଜ୍‌

ଚେନ୍ନାଇ : ପ୍ରଥମ ଦିନିକିଆରେ ବିଜୟୀ ହୋଇଛି ୱେଷ୍ଟଇଣ୍ଡିଜ । ଭାରତକୁ ଓ୍ଵିକେଟ୍‌ରେ ହରାଇଛି । ଏହି ଦିବାରାତ୍ର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି କୋହଲିଙ୍କ ଦଳ ୮ ଓ୍ଵିକେଟ୍‌ରେ ୨୮୭ ରନ୍‌ କରିଥିଲା । ତେବେ ବଡ଼ ସ୍କୋର କରି ମଧ୍ୟ ପରାଜୟରୁ ବର୍ତ୍ତି ପାରିଲା ନାହିଁ । ଇଣ୍ଡିଜ୍‌ ପକ୍ଷରୁ ହେଟମେୟର ୧୩୯ ରନ କରି ଦଳକୁ ଜିତାଇବାରେ ସାହାଯ୍ୟ କରିଥିଲେ । ଏହା ହେଉଛି ତାଙ୍କର ପଞ୍ଚମ ଦିନିକିଆ ଶତକ । ସେହିପରି ଓପ୍ନର ହୋପ୍‌ ଚମତ୍କାର ସହଯୋଗ ଦେଇ ଶତକ ହାସଲ କରିଥିଲେ । ଏମାନଙ୍କ ଭାଗିଦାରୀ ଦଳର ମୂଳଦୁଆ ଦୃଢ଼ କରିଥିଲା । ସେ ୮୫ ବଲ୍‌ ଖେଳି ୮ଟି ଚୌକା ଓ ୪ଟି ଛକା ସହାୟତାରେ ଶତକ ପୂରଣ କରିଥିଲେ । ହୋପ ୧୦୨ ରନ କରିଥିଲେ ୧୧ ରନ୍‌ରେ ଓପ୍ନର ସୁନୀଲଅମ୍ବରୀଶଙ୍କ ଓ୍ଵିକେଟ୍‌ ପଡ଼ିବା ପରେ ହେଟମେୟର ଓ ହୋପ୍‌ଙ୍କ ଯୋଡ଼ି ଆରମ୍ଭ ହୋଇଥିଲା ।

ସ୍କୋର : ଭାରତ-୨୮୭/୮,  ୱେଷ୍ଟଇଣ୍ଡିଜ – ୨୯୧/୨(୪୭.୫ ଓଭର)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.