ଟେଷ୍ଟ ରାଙ୍କିଂରେ କରିଥିବା ତ୍ରୁଟିକୁ ନେଇ କ୍ଷମା ମାଗିଲା ଆଇସିସି, ଭାରତୀୟ ଫ୍ୟାନ୍ସ ନିରାଶ

ଟେଷ୍ଟ ରାଙ୍କିଂରେ କରିଥିବା ଭୁଲ୍‌ ପାଇଁ କ୍ଷମା ମାଗିଲା ଆଇସିସି । ଟେଷ୍ଟ ରାଙ୍କିଂରେ ଭାରତକୁ ନଂ ୧ କରିବା ପରେ ତାଲିକାରେ ପୁଣି ଅଷ୍ଟ୍ରେଲିଆକୁ ନଂ ୧ କରିଥିଲା ଆଇସିସି। ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ଭୁଲ୍‌ ହୋଇଥିଲା ବୋଲି କହି କ୍ଷମା ମାଗିଲା ଆଇସିସି।

ନିଜର ଭୁଲକୁ ସୁଧାରଲା ଆଇସିସି । ଟେଷ୍ଟ ରାଙ୍କିଂରେ କରିଥିବା ତ୍ରୁଟିକୁ ନେଇ କ୍ଷମା ମାଗିଲା ଆଇସିସି । ପ୍ରଥମେ ଭାରତକୁ ଟେଷ୍ଟ ରାଙ୍କିଂରେ ନଂ୧ କରିଥିବା ବେଳେ ଏବେ ଅଷ୍ଟ୍ରେଲିଆକୁ ରାଙ୍କିଂରେ ୧ ନଂ କରିଛି । ଆଇସିସି ଏଭଳି ତ୍ରୁଟି କିଭଳି କରିବାରେ ତାହାକୁ ନେଇ ପ୍ରଶ୍ନ ଉଠିଛି । ଆଇସିସି ପକ୍ଷରୁ ବୁଧବାର ଦିନ ଟେଷ୍ଟ ରାଙ୍କିଂରେ ଭାରତ ୧ ନଂ ସ୍ଥାନରେ ରହିଥିବା ଲିଷ୍ଟ ପ୍ରକାଶ ପାଇଥିଲା। ହେଲେ ମାତ୍ର ୬ ଘଣ୍ଟା ପରେ ପୁଣି ଭାରତ ଦ୍ୱିତୀୟ ସ୍ଥାନକୁ ଖସି ଅଷ୍ଟ୍ରେଲିଆ ନଂ ୧ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ଯାହାକୁ ନେଇ ଭାରତୀୟ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ତେବେ ଖବର ମୁତାବକ, ଆଇସିସି ପକ୍ଷରୁ ଭାରତ ପ୍ରଥମଥର ପାଇଁ ଦିନିକିଆ, ଟେଷ୍ଟ ଓ ଟି-୨୦ ରାଙ୍କିଂରେ ୧ନଂ ସ୍ଥାନ ରେ ରହିଥିବା ନେଇ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିଥିଲା । ବାସ୍ତବରେ ଭାରତ ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନରେ ଏଯାଏ ପହଞ୍ଚିନି। ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ପୂର୍ବଭଳି ୧ନଂ ସ୍ଥାନରେ ରହିଛି। କିନ୍ତୁ ଦିନିକିଆ ଓ ଟି-୨୦ରେ ଭାରତ ୧ନଂ ସ୍ଥାନ ଦଖଲ କରିଛି। ଏଭଳି ଭୁଲ ଯୋଗୁଁ ଭୟଙ୍କର ଟ୍ରୋଲିଂ ଶିକାର ହୋଇଥିଲା ଆଇସିସି ।

ଆଇସିସି ଏହା ପରେ ଏବ ବୟାନ ଜାରି କରି ଟିମ୍‌ ଇଣ୍ଡିଆକୁ କ୍ଷମା ମାଗିଥିଲା। ଆଇସିସି ନିଜ ବୟାନରେ କହିଛି କି, ଆଇସିସି ସ୍ୱୀକାର କରୁଛି କି, ୧୫ ଫେବୃଆରୀ ୨୦୨୩ରେ କିଛି ସମୟ ପାଇଁ ବୈଷୟିକ ତ୍ରୁଟି ଯୋଗୁଁ ଆଇସିସି ୱେବସାଇଟରେ ଭାରତ ଟେଷ୍ଟ ରାଙ୍କିଂରେ ୧ ନଂ ସ୍ଥାନରେ ରହିଥିବା ପ୍ରକାଶିତ ହୋଇଥିଲା । ଏଭଳି ଅସୁବିଧା ପାଇଁ ଆମେ ଦୁଃଖିତ ।

ଅଷ୍ଟ୍ରେଲିଆ ୨୯ଟି ମ୍ୟାଚ୍ରୁ ୧୨୬ ପଏଣ୍ଟ ସହ ଟେଷ୍ଟ ରାଙ୍କିଂର ୧ନଂ ସ୍ଥାନରେ ରହିଛି। ଭାରତ ୩୨ ମ୍ୟାଚ୍ରୁ ୧୧୫ ପଏଣ୍ଟ ସହ ୨ନଂରେ ଅଛି। ସେହିପରି ଇଂଲଣ୍ଡ ୧୦୭ ପଏଣ୍ଟ ସହ ତୃତୀୟ ଓ ଦକ୍ଷିଣ ଆଫ୍ରିକା ୧୦୨ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛି।
ଭାରତ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ଗୋଟିଏ ଇନିଂସ ଓ ୧୩୨ ରନରେ ହରାଇଥିଲା। ଏହାପରେ ଦଳ ଟେଷ୍ଟ ରାଙ୍କିଂର ୧ନଂ ସ୍ଥାନରେ ପହଞ୍ଚିଥିବା ଆଇସିସି ପକ୍ଷରୁ ମଧ୍ୟାହ୍ନରେ ଅପଡେଟ କରାଯାଇଥିଲା। କିନ୍ତୁ ଏବେ ଏହାକୁ ଠିକ କରାଯାଇଛି।

ଚଳିତ ବର୍ଷ ନ୍ୟୁଜିଲ୍ୟାଣ୍ଡକୁ ୩-୦ରେ ହରାଇ ଭାରତ ଦିନିକିଆ ରାଙ୍କିଂର ୧ନଂ ସ୍ଥାନରେ ପହଞ୍ଚିଥିଲା। ଦିନିକିଆରେ ଭାରତ ୧ନଂ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୨ନଂ, ନ୍ୟୁଜିଲ୍ୟାଣ୍ତ ୩ନଂ, ଇଂଲଣ୍ଡ ୪ନଂରେ ଓ ପାକିସ୍ତାନ ୫ନଂରେ ରହିଛି। ସେହିପରି ଟି-୨୦ରେ ମଧ୍ୟ ଭାରତ ଆଇସିସି ରାଙ୍କିଂର ୧ନଂ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ୨ୟ ପାକିସ୍ତାନ ୩ୟ ସ୍ଥାନରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.