Below header

ମୁଁ ଯୁଆଡେ ଯିବି ଜଗାକୁ ନେଇକି ଯିବି: ପୁରୀ ରାସ୍ତା ଉପରେ ବଡ଼ ଠାକୁରଙ୍କ ମୂର୍ତ୍ତି ଧରି ପଡ଼ି ରହିଛନ୍ତି ଯୁବକ

ଶୀତ ରାତିରେ ଏକ ଯୁବକ ରାସ୍ତାକଡରେ ଶୋଇଥିବାର ଦେଖିବାକୁ ମିଳିଥିଲେ। ଯୁବକଙ୍କ ପାଖରେ ଥୁଆ ହୋଇଥିଲା ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି। ପାଖକୁ ଯାଇ ଯୁବକଙ୍କୁ ପଚାରିବାରୁ ସେ ନିଜର ଦୁଃଖ ପ୍ରକାଶ କରିଥିଲେ।

ପୁରୀ(କେନ୍ୟୁଜ୍): ଆଉ କାହାକୁ କହିବି। କିଏ ମୋ କଥା ଶୁଣିବ। ସବୁତ ଏଠି ବାବୁ ଲୋକ। କିନ୍ତୁ ତୁ ତ ସମସ୍ତଙ୍କ ମାଲିକ୍ ନା। ତୁ ମୋ ଦୁଃଖ ବୁଝୁରେ କାଳିଆ । ଆଉ କୁଆଡେ ଯିବିନି କି ତତେ ବି ଆଉ କୁଆଡେ ଛାଡିବିନି। ମୁଁ ଯୁଆଡେ ଯିବି ତତେ ନେଇକି ଯିବି। ଗରିବ କରି ଜନ୍ମ ଦେଲୁ, ଅଭାବରେ ରଖିଲୁ। ମୁଁ ଭାଙ୍ଗି ଗଲିଣି ଏଇ ଦୁନିଆଠାରୁ ଠୋକର ଖାଇ ଖାଇ। ଆଉ କାହାକୁ ଭରସା ନାହିଁ। ମନରେ ଏମିତି କିଛି ଅଭିମାନ କରି ଯୁବକ ଜଣକ ଅସହାୟ ଭାବେ ରାସ୍ତା କଡରେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମା ଧରି ବସିରହିଛନ୍ତି।

କହୁଛନ୍ତି ଗରିବ ପିଲାଟି। କାମ କରିବା ପାଇଁ ଧାଇଁ ଆସିଥିଲି ପୁରୀ। ଭାବିଲି ଯାହା କାମ ମିଳିବ କରିବି, ଆଉ ଦି ପିଇସା ରୋଜଗାର କରି ଘରକୁ ପଠେଇବି। ବୋଉ ଦେହ ଭଲ ନାହଁ ବୋଲି ଫୋନ୍ ବି ଆସିଥିଲା। ହେଲେ କାମ କରି କରି କଣ ଲାଭ। ଏଠି ଜୋର ଜାର ମୁଲକ ତାର। ମାଲିକକୁ ଦରମା ମାଗି ମାଗି ଦଉନି। ପ୍ରତିଦିନ ଦିନ ଗଡାଇ ଚାଲୁଛି। ନିଶା ଛାଇ ସେ ମଉଜ କରୁଛି, ହେଲେ ତା ପାଇଁ ମୁଁ ହଇରାଣ ହେଉଛି। ମୁଁ ଗରିବ ପିଲାଟା କଣ ବା କରିପାରିବି। ଟଙ୍କା ନଦେଲେ ମୁଁ କେମିତି ଚଳିବି। ତେଣୁ ମୁଁ ଜାକୁ ଧରି ବସିଛି। ସେହିଁ ମୋ ଦୁଃଖ ବୁଝିବ।

 

ଏମିତି ଏକ ଦ୍ରୁଶ୍ଯ ଦେଖିବାକୁ ମିଳିଥିଲା ପୁରୀରେ। ଶୀତ ରାତିରେ ଏକ ଯୁବକ ରାସ୍ତାକଡରେ ଶୋଇଥିବାର ଦେଖିବାକୁ ମିଳିଥିଲେ। ଯୁବକଙ୍କ ପାଖରେ ଥୁଆ ହୋଇଥିଲା ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି। ଜଗତର ନାଥ ଜଗନ୍ନାଥଙ୍କୁ ଏମିତି ରାସ୍ତା ଉପରେ ଦେଖି କିଛି ଠିକ୍ ଲାଗିନଥିଲା। ପାଖକୁ ଯାଇ ଯୁବକଙ୍କୁ ପଚାରିବାରୁ ସେ ନିଜର ଦୁଃଖ ପ୍ରକାଶ କରିଥିଲେ। ତେବେ ଯାହା ଜଣାପଡିଛି ଯୁକଙ୍କ ନାଆ ରଶ୍ମୀ ରଞ୍ଜନ ସାମନ୍ତରାୟ। ଘର ଖୋର୍ଦ୍ଧା ଗଙ୍ଗପଡାରେ। ରୋଜଗାର କରିବା ଆଶାରେ ସେ ଚାଲି ଆସିଥିଲେ ପୁରୀ ସହର। ତେବେ ବିଭିନ୍ନ ସମସ୍ଯାର ସମ୍ମୁଖୀନ ହେବା ପରେ ବର୍ତ୍ତମାନ ଏଭଳି ଅସହାୟ ହୋଇପଡି ଏଭଳି ରାସ୍ତା କଡରେ ବସିରହିଛନ୍ତି। ଆଉ ଜଗାକୁ ଉତ୍ତର ମାଗୁଛନ୍ତି ହେ ମହାପ୍ରଭୁ ତୁମେ କାହିଁକି ମୋତେ ଅଣଦେଖା କରୁଛ….ତେଣୁ ମୁଁ ଆଉ ତୁମକୁ କୁଆଡେ ଛାଡିବିନି।

ଅବଶ୍ୟ ଯୁବକ ଜଣକୁ କେହି କେହି ପାଗଳା କହୁଛନ୍ତି ତ କେହି ତାର ଏଭଳି କାମକୁ ନାପସନ୍ଦ କରୁଛନ୍ତି । ହେଲେ ସେ କିନ୍ତୁ ଏମିତି ରାସ୍ତାରେ ପଡ଼ି ରହିଥିଲେ । କାହା କଥା ଶୁଣୁ ନଥିଲେ । ତାଙ୍କୁ ସେହି କାଳିଆ ହିଁ ଭରସା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.