ଲିଭ ଇନ ପାର୍ଟନରକୁ ମାରିବା ପରେ ବେଡ ବକ୍ସରେ ଲୁଚାଇ ଥାନାକୁ ଆତ୍ମସମର୍ପଣ ପାଇଁ ଯାଇଥିଲା ହତ୍ୟାକାରୀ, ସାହସ ପାଇଲାନି ବୋଲି ଫେରାର ହୋଇଯାଇଥିଲା

ଦିଲ୍ଲୀ ପରେ ମୁମ୍ବାଇରେ ସମାନ ମର୍ଡର । ରୋଜଗାରିଆ ପ୍ରେମିକାକୁ ତିଣ୍ଟି ଚିପି ହତ୍ୟା କରି ବେଡ ବକ୍ସରେ ଲୁଚାଇଥିଲା ପ୍ରେମିକ । ଆଉ ଥାନାରେ ଆତ୍ମସମର୍ପଣ କରିବାକୁ ଯାଇ ୨ ଘଣ୍ଟା ଅପେକ୍ଷା କରିବା ପରେ ଫେରାର ହୋଇଯାଇଥିଲା ।

ଦିଲ୍ଲୀ ଶ୍ରଦ୍ଧା ଓ୍ଵାକର ଭଳି ନିକି ଯାଦବ ହତ୍ୟାକାଣ୍ଡ ପରେ ପୁଣି ମୁମ୍ବାଇରେ ସମାନ ଘଟଣା । ମହାରାଷ୍ଟ୍ରରେ ଲିଭ ଇନ ପାର୍ଟନରକୁ ହତ୍ୟା କରି ବେଡ ବକ୍ସରେ ମୃତଦେହକୁ ଲୁଚାଇ ରଖିଥିଲା ହତ୍ୟାକାରୀ । ଯାହାକୁ ଏବେ ପୋଲିସ ପାଲଘରରୁ ଗିରଫ କରିଛି । ଚଳିବା ପାଇଁ ଆର୍ଥିକ ପରିସ୍ଥିତିକୁ ନେଇ ପ୍ରେମିକ ଓ ପ୍ରେମିକା ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ପ୍ରେମିକର ରୋଜଗାର ନଥିବାରୁ ସବୁ ଅଭାବକୁ ପୂରଣ କରିଥିଲେ ପ୍ରେମିକା । ଆଉ ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ସବୁବେଳେ ଲାଗିରହୁଥିଲା ପାଟିତୁଣ୍ଡ । ପ୍ରେମିକାକୁ ମାରିବା ପରେ ଆତ୍ମସମର୍ପଣ ପାଇଁ ଥାନାକୁ ଯାଇ ୨ ଘଣ୍ଟା ଅପେକ୍ଷା କରି ଫେରିଆସିଥିଲା ହତ୍ୟାକାରୀ । ଯାହାର ସିସିଟିଭି ଫୁଟେଜ ଏବେ ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ମହାରାଷ୍ଟ୍ରର ପାଲଘରରେ ୨୭ ବର୍ଷୀୟ ହାର୍ଦ୍ଦିକ ଶାହା ୩୭ ବର୍ଷୀୟା ଲିଭ୍ ଇନ ପାର୍ଟନର ମେଘା ଏକାଠି ରହୁଥିଲେ । ୩ ବର୍ଷର ପ୍ରେମ ସଂପର୍କ ପରେ ୬ ମାସ ହେଲାଣି ଦୁହେଁ ଏକାଠି ଲିଭଇନରେ ରହୁଥିଲେ । ପ୍ରେମିକା ହାର୍ଦ୍ଦିକ ବେରୋଜଗାର ଥିବା ବେଳେ ମେଘା ନର୍ସ ଭାବ କାମ କରୁଥିଲେ । ହାର୍ଦ୍ଦିକର ସମସ୍ତ ଟଙ୍କା ଆବଶ୍ୟକତାକୁ ପୂରଣ କରୁଥିଲା ମେଘା। ଏହାକୁ ନେଇ ଦୁଇଜଣଙ୍କ ମଧ୍ୟରେ ବହୁ ସମୟରେ ଝଗଡ଼ା ଲାଗି ରହୁଥିଲା ।

ତେବେ ୧୧ ତାରିଖ ରାତିରେ ଅତ୍ୟଧିକ ପାଟିତୁଣ୍ଡ ହେବା ପରେ ମେଘାର ତଣ୍ଟି ଚିପି ମାରିଥିଲା ହାର୍ଦ୍ଦିକ । ମେଘାକୁ ହତ୍ୟା କରି ମୃତଦେହକୁ ବେଡ ବକ୍ସରେ ରଖିଥିଲା। ପରେ ଘରର କିଛି ଆସବାବପତ୍ର ବିକ୍ରି କରି ଫେରାର ହେଉଥିବା ବେଳେ ମଧ୍ୟପ୍ରଦେଶର ନଗଡ଼ାରୁ ତାକୁ ଗିରଫ କରିଛି ପୋଲିସ। ତିନିବର୍ଷ ଧରି ସଂପର୍କରେ ରହିବା ପରେ ଗତ ୬ ମାସ ଠାରୁ ଉଭୟ ଲିଭ୍ ଇନ୍ ରିଲେସନରେ ଥିଲେ। ପାଲଘରରେ ରହୁଥିବା ସୋସାଇଟିରେ ସେମାନେ ପତିପତ୍ନୀ ଭାବେ ପରିଚୟ ଦେଇ ରହୁଥିବା କୁହାଯାଇଛି।

ପୋଲିସ କହିବାନୁସାରେ, ହାର୍ଦ୍ଦିକ ମେଘାକୁ ହତ୍ୟା କରିବା ପରେ ଆତ୍ମସମର୍ପଣ ପାଇଁ ଯାଇ ପାଖାପାଖି ୨ ଘଣ୍ଟା ପୋଲିସ ଷ୍ଟେସନ ପାଖରେ ବିତାଇଥିଲେ । କିନ୍ତୁ ପୋଲିସକୁ ସତ କହିବାକୁ ସାହସ କରିନଥିଲେ । ତେବେ ପରେ ସେଠାରୁ ଫେରାର ହୋଇଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.