ବାଇକକୁ ପିଟିଲା ଟ୍ରକ୍ : ବାପ ଓ ପୁଅ ମୃତ

ବାଇକକୁ ପିଟିଛି ଟ୍ରକ୍।ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀ ବାପା ଓ଼ ପୁଅଙ୍କ ମୃତ୍ୟୁ ଘଟିଛି।

ନୂଆପଡ଼ା (କେନ୍ୟୁଜ): ନୂଆପଡ଼ା ଜିଲ୍ଲା ଲଖନା ଥାନା କୁସଦହନା ସ୍ଥିତ ବିଜୁ ଏକ୍ସପ୍ରେସ ୱେଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ବାଇକକୁ ପିଟିଛି ଟ୍ରକ୍।ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀ ବାପା ଓ଼ ପୁଅଙ୍କ ମୃତ୍ୟୁ ଘଟିଛି l ମୃତ ହେଲେ କୋମନା ବ୍ଲକ ମିଛାପାଲି ଗାଁର ବାପା କମଳ ପାଟକିନାରା ଓ ପୁଅ ଦୀପକ ପାଟକିନାରା ବୋଲି ଜଣାପଡିଛି।

ଆଜି ସକାଳେ ମିଛାପାଲି ଗାଁର କମଳ ପାଟକିନାରା ଏକ ମୋଟର ସାଇକେଲ ଯୋଗେ ମିଛାପାଲି ଗାଁରୁ ବାହାରି ବିଜୁଏକ୍ସପ୍ରେସ ରାସ୍ତାରେ ପୁଅର ଚିକିତ୍ସା ପାଇଁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାକୁ ଯାଉଥିଲେ ।ଏତିକି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିଲା ।ଯାଫଳରେ ଘଟଣାସ୍ଥଳରେ ବାଇକ ଆରୋହୀ ବାପା ଓ ପୁଅଙ୍କ ମୃତ୍ୟୁ ଘଟିଛି l ଖବରପାଇ ଲଖନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟେଇଥିବା ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି।