Below header

JEE Main ଦ୍ୱିତୀୟ ପର୍ଯ୍ୟାୟ ପାଇଁ ରେଜିଷ୍ଟ୍ରେସନ ଏବଂ GATE 2023 ପରୀକ୍ଷା ଫଳ ପ୍ରକାଶିତ, ଜାଣନ୍ତୁ କେମିତି କରିବେ

JEE Main ଦ୍ୱିତୀୟ ପର୍ଯ୍ୟାୟ ପାଇଁ ରେଜିଷ୍ଟ୍ରେସନ ଏବଂ GATE 2023 ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷାର୍ଥୀ ସିଧାସଳଖ ଲିଙ୍କକୁ ଯାଇ ରେଜିଷ୍ଟ୍ରେସନ ଏବଂ ଡାଉନଲୋଡ କରିପାରିବେ ।

ଜେଇଇ ମେନ୍‌ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏପ୍ରିଲ ସେସନ ପାଇଁ ପରୀକ୍ଷାର୍ଥୀ ଆବେଦନ କରିପାରିବେ । ଏପ୍ରିଲ ୬, ୮, ୧୦, ୧୧, ୧୨ରେ ପରୀକ୍ଷା ହେବ । ଯେଉଁମାନେ ପ୍ରଥମ ପର୍ଯ୍ୟାୟ ପାଇଁ ରେଜିଷ୍ଟ୍ରେସନ କରିଥିଲେ, ସେମାନେ ଆଉ ରେଜିଷ୍ଟ୍ରେସନ କରିବା ଦରକାର ନାହିଁ ।

କେମିତି କରିବେ ଆବେଦନ :

ପ୍ରଥମେ ଅଫିସିଆଲ ୱେବସାଇଟ୍‌ jeemain.nta.nic.in ରେ କ୍ଲିକ୍‌ କରନ୍ତୁ ।

ଏହାପରେ ଜେଇଇ ମେନ୍‌ ପରୀକ୍ଷା ୨୦୨୩ ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ ।

ତା’ ପରେ ଲଗଇନ୍‌ ଡିଟେଲ୍ସ ଭରିବା ପରେ ଆବେଦନ ଶୁଳ୍କ ଭରନ୍ତୁ ।

ସବୁକିଛି ହୋଇଗଲା ପରେ ସବମିଟ୍‌ କରନ୍ତୁ ।

ଜେଇଇ ମେନ୍‌ ଦ୍ୱିତୀୟପର୍ଯ୍ୟାୟ ପାଇଁ ରେଜିଷ୍ଟ୍ରେସନ ଲିଙ୍କ :

https://examinationservices.nic.in/jeemain23/root/Home.aspx?enc=Ei4cajBkK1gZSfgr53ImFVj34FesvYg1WX45sPjGXBoa5vGFW0WEhHVzYmk1Pn1T

ସେହିପରି GATE 2023 ରେସପନ୍ସ ସିଟ୍‌ ପ୍ରକାଶ ପାଇଛି । ଏଥିପାଇଁ ପରୀକ୍ଷା ଫେବୃଆରୀ ୪, ୫, ୧୧ ଏବଂ ୧୨ ତାରିଖରେ ଅନୁଷ୍ଠିତ ହୋଇଥିଲା। ପରୀକ୍ଷାର୍ଥୀ ନିଜର ରେସପନ୍ସ ସିଟ୍‌ ଅଫିସିଆଲ ଲିଙ୍କକୁ ଯାଇ ଡାଉନଲୋଡ କରିପାରିବେ ।

କେମିତି କରିବେ ଡାଉନଲୋଡ :

ପରୀକ୍ଷାଥ୍ରୀ ପ୍ରଥମେ ଅଫିସିଆଲ ୱେବସାଇଟ୍‌ gate.iitk.ac.in କୁ ଯାଆନ୍ତୁ ।

ତା’ ପରେ ଲିଙ୍କ ଓପନ କଲେ ନୂଆ ପେଜ୍‌ ଓପନ ହେବ।

ସେଥିରେ ଲଗଇନ ବିବରଣୀ ଭରିବା ପରେ ସବମିଟ୍‌ ବଟନ ଉପରେ କ୍ଲିକ କରନ୍ତୁ ।

ସେଠାରେ ଡାଉନଲୋଡ ପେଜ ଦେଖାଇବ । ସେଠାରେ ଆପଣ ନିଜର ହାର୍ଡ କପିକୁ ଡାଉନଲୋଡ କରି ଦେଖିପାରିବେ ।

https://app.gate.iitk.ac.in/login

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.