Below header

ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଖୁସି ଖବର, ଭାରତରେ ହେବ ୨୦୨୧ ଟି ୨୦ ବିଶ୍ୱକପ୍‌ କ୍ରିକେଟ୍‌

ମୁମ୍ବାଇ : ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ୨୦୨୧ରେ ହେବାକୁ ଥିବା ଟି ୨୦ ବିଶ୍ୱକପ୍‌ କ୍ରିକେଟ୍‌ ଭାରତରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ଅନ୍ତର୍ଜାତୀୟ କ୍ରିକେଟ୍‌ କାଉନ୍‌ସିଲ୍‌ (ଆଇସିସି) ତା’ର ବୋର୍ଡ ବୈଠକରେ ଏହା ଘୋଷଣା କରିଛି ।

୨୦୨୧ ଅକ୍ଟୋବର-ନଭେମ୍ବରରେ ଖେଳ ଆରମ୍ଭ ହେବାକୁ ଥିବା ବେଳେ ଏହାର ଫାଇନାଲ୍‌ ମ୍ୟାଚ୍‌ ୧୪ ନଭେମ୍ବରରେ ହେବ ବୋଲି ବେଠକରେ ନିଷ୍ପତ୍ତି ନିଆଯାଇଛି । କରୋନା ମୁକାବିଲା ସହ କିପରି ସୁରୁଖୁରୁରେ ସିରିଜ କରାଯାଇ ପାରିବ ସେ ନେଇ ବୈଠକରେ ଆଲୋଚନା କରାଯାଇଥିଲା ।

ତେବେ ୨୦୨୨ ଟି ୨୦ ବିଶ୍ୱ କପ୍‌ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ନେଇ ବୈଠକରେ ନିଷ୍ପତ୍ତି ହୋଇଛି । ୨୦୨୦ରେ ବିଶ୍ୱକପ୍‌ ଅଷ୍ଟ୍ରେଲିଆରେ ହେବା ନେଇ ଘୋଷଣା କରାଯାଇଥିଲା । ମାତ୍ର କରୋନା କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା ।

ଚଳିତବର୍ଷ ଆଇପିଏଲ୍‌ ୟୁଏଇରେ ହେବ ବୋଲି ପ୍ରକାଶ ପାଇଥିଲା । ଏବେ ଭାରତରେ ହେବା ନେଇ ବୈଠକରେ ନିଷ୍ପତ୍ତି ହେବା ପରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଏଥିସହିତ ଆସନ୍ତା ବର୍ଷ ନ୍ୟୁଜ୍‌ଲାଣ୍ଡରେ ହେବାକୁ ଥିବା ମହିଳା ଏକ ଦିବସୀୟ ମ୍ୟାଚ୍‌ କରୋନା କାରଣରୁ ୨୦୨୨ ମାର୍ଚ୍ଚ ଯାଏ ଘୁଞ୍ଚାଇ ଦିଆଯାଇଛି ବୋଲି ଆଇସିସି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.