Below header

ଆଉ କିଛି ଘଣ୍ଟାର ଅପେକ୍ଷା, ଆରମ୍ଭ ହେବ ବିଶ୍ୱକପର ପ୍ରଥମ ସେମିଫାଇନାଲର ସୁପର ଫାଇଟ୍

ମଞ୍ଚେଷ୍ଟର: ଆଉ କିଛି ଘଣ୍ଟାର ଅପେକ୍ଷା। ଆରମ୍ଭ ହେବ ବିଶ୍ୱକପର ସେମିଫାଇନାଲ ସମର। ବିଶ୍ୱକପର ରାଉଣ୍ଡ ରିବିନ ପରେ ଆଜିଠୁ ନକ ଆଉଟ ଲଢେଇ । ପ୍ରଥମ ସେମିଫାଇନାଲରେ ସୁପର ଫାଇଟ । ନ୍ୟୁଜିଲାଣ୍ଡକୁ ଭେଟିବ ଟିମ ଇଣ୍ଡିଆ । ମଞ୍ଚେଷ୍ଟରର ଓଲ୍‌ଡ ଟ୍ରାଫର୍ଡରେ ୧୫ ପଏଣ୍ଟ ସହ ଟେବୁଲ ଶୀର୍ଷରେ ଥିବା ଭାରତ, ୧୧ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଥିବା,ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ମୁକାବିଲା ।

india-vs-new-zealandଚଳିତ ବିଶ୍ୱକପ୍‌ ଲିଗ୍‌ ପର୍ଯ୍ୟାୟରେ ଉଭୟ ଦଳ ପରସ୍ପରକୁ ଭେଟିନାହାନ୍ତି। ବର୍ଷା ଯୋଗୁଁ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ବାତିଲ ହୋଇଥିଲା। ତେଣୁ ପ୍ରଥମ ଥର ଲାଗି ଉଭୟ ଦଳ ପରସ୍ପରକୁ ଭେଟିବେ। ଭାରତ ୯ଟି ମ୍ୟାଚ୍‌ରୁ ୮ଟି ଖେଳି ୭ଟି ଜିତିଛି। ଗୋଟିଏ ଇଂଲଣ୍ଡଠାରୁ ୩୧ରନରେ ହାରିଛି। ସେପଟେ ନ୍ୟୁଜିଲାଣ୍ଡ ୯ଟି ମ୍ୟାଚରୁ ମୋଟ ୮ଟି ଖେଳି ୫ଟି ଜିତିଥିବା ବେଳେ ତିନିଟି ହାରିଛି। ଗୋଟିଏ ବର୍ଷା ଯୋଗୁଁ ବାତିଲ ହୋଇଛି। ଗୋଟିଏ ପଟେ ଭାରତର ନଜର ତୃତୀୟ ବିଶ୍ୱକପ ଉପରେ ଥିବା ବେଳେ ପ୍ରଥମ ଥର ଟାଇଟଲ ଲକ୍ଷ୍ୟରେ କିୱି ଟିମ୍‌ । ଗୋଟିଏ ପଟେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ଫର୍ମରେ ଅଛି ମେନ ଇନ ବ୍ଲୁ । ସିରିଜରେ ରୋହିତ ଶର୍ମା ୬୪୭ ରନ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ୪୪୨ ଏବଂ ଲେକେଶ ରାହୁଳ ୩୬୦ ରନ କରିଛନ୍ତି ।

india_vs_new_zealandସେହିପରି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ ୪୮୧ରନ୍‌ କରିଛନ୍ତି । ବୋଲିଂରେ ନ୍ୟୁଜିଲାଣ୍ଡର ଫର୍ଗୁସନ ଓ ଭାରତର ଯଶପ୍ରୀତ ବୁମରା ଉଭୟ ୧୭ଟି ଲେଖାଏଁ ୱିକେଟ୍‌ ନେଇଛନ୍ତି । ତେବେ ଭାରତ ପାଇଁ ମୁଖ୍ୟ ସମସ୍ୟା ହେଉଛି ମିଡିଲ ଅର୍ଡର । ମଞ୍ଚେଷ୍ଟରର ପାଗ ମେଘୁଆ ଥିବାରୁ ନ୍ୟୁଜିଲାଣ୍ଡ ଟିମର ପେସ ବୋଲିଂ ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନଙ୍କ ପାଇଁ ଘାତକ ହୋଇପାରେ । ତେବେ ଗୋଟିଏ ପଟେ ଭାରତକୁ ଚକମା ଦେଇ ଫାଇନାଲ ଯିବାକୁ ଜି ଜାନ୍‌ ଉଦ୍ୟମ କରିବ ନ୍ୟୁଜିଲାଣ୍ଡ ଦଳ । ଅନ୍ୟପଟେ ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲ ଟିକେଟ୍‌ ଛଡାଇବା ଲକ୍ଷ୍ୟରେ ରହିବ ଟିମ୍‌ ବିରାଟ୍‌ ଆଣ୍ଡ କୋ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.