କିଛି ସମୟ ପରେ ଖେଳାଯିବ ଦ୍ବିତୀୟ ଟେଷ୍ଟ, ପୂରା ଦମରେ ଟିମ୍ ଇଣ୍ଡିଆ

ହାଇଦ୍ରାବାଦ : ସ୍ଥାନୀୟ ରାଜୀବ ଗାନ୍ଧୀ ଇଣ୍ଟରନେସନାଲ ଷ୍ଟାଡିୟମରେ ଆଜି ମୁହାଁମୁହିଁ ହେବେ ଭାରତ ଓ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମ୍ । ଖେଳାଯିବ ଦ୍ବିତୀୟ ଟେଷ୍ଟ । ରାଜକୋଟରେ ପ୍ରଥମ ଟେଷ୍ଟରେ ଭାରତ ପୂରା ପ୍ରାଧାନ୍ୟ ବିସ୍ତାର କରି ଏକ ଇନିଂସ ଓ ୨୭୨ ରନରେ ଜିତିଥିଲା । ତିନି ଦିନ ଭିତରେ ଖେଳ ଶେଷ ହୋଇଥିଲା । ଆଜି ମ୍ୟାଚରେ ମଧ୍ୟ ସେହିଭଳି କିଛି କମାଲ ଦେଖାଇ ଭ୍ରମଣକାରୀ ଇଣ୍ଡିଜ୍ ଦଳକୁ ଶୋଚନୀୟ ଭାବେ ହରାଇବା ଲାଗି ପୂରା ପ୍ରସ୍ତୁତି କରିଛି ବିରାଟ ବାହିନୀ ।

ପୂର୍ବରୁ ୨୦୧୧ ଓ ୨୦୧୩ରେ ଘରୋଇ ସିରିଜରେ ଇଣ୍ଡିଜକୁ ଭାରତୀୟ ଦଳ ଶୋଚନୀୟ ଭାବେ ହରାଇଥିଲା । ତେବେ ଏହି ମ୍ୟାଚର ଫଳାଫଳ ଯାହାବି ହେଉନା କାହିଁକି ସମସ୍ତଙ୍କ ନଜର ରହିବ ଅଧିନାୟକ ବିରାଟ କୋହଲି ଏବଂ ନବାଗତ ଓପ୍ନର ପୃଥ୍ବୀ ସ’ଙ୍କ ଉପରେ । ସେପଟେ ଉଭୟ ବ୍ୟାଟିଂ ଓ ବୋଲିଂରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଇଣ୍ଡିଜ୍ ଦଳ କମବ୍ୟାକ୍ କରିବା ଖୁବ୍ କଷ୍ଟକର । କିରନ ପାୱେଲ ଓ ରୋଷ୍ଟନ ଚେଜଙ୍କ ବ୍ୟତୀତ  ଅନ୍ୟ କେହି ପ୍ରଭାବୀ ବ୍ୟାଟିଂ କରି ନାହାନ୍ତି । ସେହିପରି ବୋଲିଂରେ ମଧ୍ୟ ପଛରେ ପଡ଼ିଛି ଇଣ୍ଡିଜ୍ ଦଳ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.