Below header

ଡିପ-ଡିପ୍ରେସନରେ ପରିଣତ ହୋଇଛି ବାତ୍ୟା ‘ତିତ୍‌ଲି’, ସାରା ରାଜ୍ଯରେ ଲଗାଣ ବର୍ଷା

ଭୁବନେଶ୍ବର(କେନ୍ଯୁଜ୍) : ବାତ୍ୟା ତିତ୍‌ଲି ଦୁର୍ବଳ । ଏହା ଡିପ-ଡିପ୍ରେସନରେ ପରିଣତ ହୋଇଛି । ପ୍ରଭାବରେ ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, ନୟାଗଡ଼ରେ ପବନ ସହ ବର୍ଷା ଲାଗି ରହିଛି । ସେହିଭଳି ଉପକୂଳ ଅଞ୍ଚଳରେ ମଧ୍ୟ ଲଗାଣ ବର୍ଷା ହେଉଛି । ରାୟଗଡା, ପୁରୀ, ବଲାଙ୍ଗିର, କେନ୍ଦ୍ରାପଡା, ଗଞ୍ଜାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଉତ୍ତର ଓଡିଶାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି । ୨୪ ଘଣ୍ଟା ପରେ ତିତଲିର ପ୍ରଭାବ କମିବ ଓ ସ୍ଥିତି ସ୍ୱାଭାବିକ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.