ଭାରତ-ବାଂଲାଦେଶ ଫାଇନାଲ ଫାଇଟ୍‌, ସିରିଜ୍‌ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ ଦୁଇ ଦଳ

ଆଜି ଭାରତ-ବାଂଲାଦେଶ ମଧ୍ୟରେ ଫାଇନାଲ ଫାଇଟ୍‌ । ନାଗପୁରରେ ଖେଳାଯିବ ତୃତୀୟ ତଥା ଶେଷ ଟି-ଟ୍ୱେଣ୍ଟି । ପ୍ରଥମ ମ୍ୟାଚ୍‌ ବାଂଲାଦେଶ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ଟି-୨୦ ଜିତିଛି ଟିମ୍‌ ଇଣ୍ଡିଆ । ତେଣୁ ଉଭୟ ଦଳ ଆଜିର ମ୍ୟାଚ୍‌ ଜିତି ସିରିଜ୍‌ କବ୍‌ଜା କରିବାକୁ ଚେଷ୍ଟା କରିବେ । ବିରାଟ କୋହଲୀ ଓ ଅନ୍ୟ କିଛି ସିନିଅର ଖେଳାଳି ଏହି ସିରିଜ୍‌ ଖେଳୁନାହାନ୍ତି । ଏମାନଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ସିରିଜ୍‌ ବିଜୟୀ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ଦ୍ୱିତୀୟ ଟି-୨୦ରେ ହିରୋ ଥିଲେ କ୍ୟାପ୍‌ଟେନ୍‌ ରୋହିତ ଶର୍ମା । ରେହିତ ୮୫ ରନ୍‌ର ଇନିଂସ ଖେଳିଥିଲେ ।

ମଝି ଓଭରରେ ଓ୍ଵିକେଟ୍‌ ନେବାର କ୍ଷମତା ରହିଛି ବୋଲି ପୁଣି ଥରେ ପ୍ରମାଣ କରିଛନ୍ତି ଯୁଜବେନ୍ଦ୍ର ଚହଲ । ଚହଲଙ୍କ ପ୍ରଭାବୀ ବୋଲିଂ ଯୋଗୁ ଭ୍ରମଣକାରୀ ଦଳ ମାତ୍ର ୧୫୩ ରନ୍‌ ହିଁ କରିପାରିଥିଲା । ପ୍ରଥମ ଦୁଇଟି ମ୍ୟାଚ୍‌ରେ କୌଣସି ପରିବର୍ତ୍ତନ କରିନାହାନ୍ତି ରୋହିତ ଶର୍ମା । ଆଜିର ମ୍ୟାଚ୍‌ରେ ଦଳରେ କିଛିଟା ପରିବର୍ତ୍ତନ କରାଯିବାର ସମ୍ଭାବନା ରହିଛି । ଶାରଦୂଲ ଠାକୁରଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ । ମନୀଷ ପାଣ୍ଡେ, ସଞ୍ଜୁ ସାମ୍‌ସନ୍‌, ରାହୁଲ ଚାହରଙ୍କ ପରି ଖେଳାଳି ପ୍ୟାଭିଲିୟନ୍‌ ବାହାରେ ବସିଛନ୍ତି । ଆଜିର ଏମାନଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ନମିଳିଲେ,ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷ ସିରିଜ୍‌କୁ ଅପେକ୍ଷା କରିବାକୁ ପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.