ଲ୍ୟାଣ୍ଡଫଲ୍‌ କଲା ବାତ୍ୟା ବୁଲବୁଲ, କୋଲକାତାରେ ଜଣେ ମୃତ

ଭୁବନେଶ୍ବର (କେନ୍ୟୁଜ) : ଲ୍ୟାଣ୍ଡଫଲ୍‌ କଲା ବାତ୍ୟା ବୁଲବୁଲ । ଦକ୍ଷିଣ ପଶ୍ଚିମବଙ୍ଗର ଗାଙ୍ଗେୟ ଡେଲଟାରେ ବାତ୍ୟା ବୁଲବୁଲ ଲ୍ୟାଣ୍ଡଫଲ୍‌ କରିଛି । ଲ୍ୟାଣ୍ଡଫଲ୍‌ ସମୟରେ ପବନରେ ବେଗ ଘଣ୍ଟାପ୍ରତି ୧୫୦କିଲୋମିଟର ବେଗରେ ପବନ ବୋହୁଥିଲା। ୩ଘଣ୍ଟା ଧରି ଚାଲିଥିଲା ଲ୍ୟାଣ୍ଡପଲ୍‌ ପ୍ରକ୍ରିୟା। ବାତ୍ୟା ଯୋଗୁଁ ଜୋରରେ ପବନ ବୋହିବା ସହ ବର୍ଷା ଲାଗି ରହିଛି। ୫ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ବାଂଲାଦେଶ ଉପକୂଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ସ୍ଥାନାନ୍ତରଣ କାର୍ଯ୍ୟରେ ନିୟୋଜିତ ଥିଲେ ପାଖାପାଖି ୫୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀ । କୋଲକତାରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୂର୍ବରୁ ୧୩ଟି ଜିଲ୍ଲାରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ ହୋଇଥିଲା । ବିମାନବନ୍ଦରକୁ ୧୨ଘଣ୍ଟା ପାଇଁ ବନ୍ଦ ରଖାଯାଇଛି। ସେପଟେ ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବୁଲ୍‌ବୁଲର ପ୍ରଭାବ ଦେଖିବାକୁ ମିଳିଛି। ଗଛ ଓ ଘରଦ୍ୱାର ଭାଙ୍ଗିଥିବା ବେଳେ କିଛି ସ୍ଥାନରେ ଉପୁଡ଼ି ପଡ଼ିଛି ବିଦ୍ୟୁତ ଖୁଣ୍ଟ।

You might also like