Below header

ଇଣ୍ଡିଆ ୱେଷ୍ଟଇଣ୍ଡିଜ ମହିଳା ବିଶ୍ୱକପ୍‌: ୧୫୫ ରନରେ ଜିତିଲା ଟିମ୍‌ ଇଣ୍ଡିଆ

ଇଣ୍ଡିଆ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ମହିଳା ବିଶ୍ୱକପ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୧୫୫ ରନରେ ହରାଇଛି ଟିମ୍‌ ଇଣ୍ଡିଆ। ୩୧୮ ରନର ପିଛା କରି ୱେଷ୍ଟଇଣ୍ଡିଜ ମାତ୍ର ୧୬୨ ରନ କରି ଅଲଆଉଟ୍‌ ହୋଇଯାଇଥିଲା। ଫଳରେ ଟିମ୍‌ ଇଣ୍ଡିଆ ୧୫୫ ରନରେ ବିଜୟ ହାସଲ କରିଛି।

ଟିମ୍‌ ଇଣ୍ଡିଆ ପକ୍ଷରୁ ସ୍ନେହା ରାଣା ୩ ଟି ଓ୍ଵିକେଟ, ଝୁଲଣ ଗୋସ୍ୱାମୀ ୧, ମେଘ୍ନା ସିଂ ୨ଟି, ରାଜେଶ୍ୱରୀ ଗାଏକ୍ୱାଡ ୧, ଏବଂ ପୂଜା ଭାସ୍ତ୍ରକାର ୧ଟି ଓ୍ଵିକେଟ ନେଇଛନ୍ତି।

ମହିଳା ବିଶ୍ୱକପରେ ୱେଷ୍ଟଇଣ୍ଡିଜ ବିପକ୍ଷରେବ୍ୟାଟିଂ କରି ଇତିହାସ ରଚିଛି ଭାରତ । ଓ୍ୱେଷ୍ଟ୍ ଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ମୁକାବିଲାରେ ଭାରତର ଦୁଇ ବ୍ୟାଟର ଶତକ ଲଗାଇଛନ୍ତି । ସ୍ମୃତି ମନ୍ଧାନା ଓ ହରମନପ୍ରୀତ କୌର ଶତକ ଲଗାଇଛନ୍ତି । ଦୁହେଁ ୧୮୪ ରନ ସହଭାଗିତାରେ ଟିମ୍‌ ଇଣ୍ଡିଆର ସ୍କୋର ୩୧୮ ରେ ପହଞ୍ଚାଇଥିଲେ।

india

ଶନିବାର ଉଭୟ ଟିମ୍ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ଟସ୍ ଜିତିଥିଲା ଭାରତ । ପ୍ରଥମେ ସ୍ମୃତି ଓ ୟାସ୍ତିକା ଭାଟିଆଙ୍କ ଯୋଡି ଦମଦାର ଆରମ୍ଭ କରିଥିଲେ। ଉଭୟଙ୍କ ମଧ୍ୟରେ ୪୯ ରନର ପାର୍ଟନରସିପ୍ ହୋଇଥିଲା । ୧୧୯ ବଲରୁ ସେ ମ୍ୟାଚରେ ୧୨୩ ରନ୍ କରିଥିଲେ । ସେ ୧୩ ଚଉକା ଓ ୨ ଛକା ରହିଥିଲା । ଏହା ସ୍ମୃତିଙ୍କ କ୍ୟାରିଅରର ପଞ୍ଚମ ଦିନିକିଆ ଶତକ। ସ୍ମୃତିଙ୍କ ସହିତ ହରମନପ୍ରୀତ ମଧ୍ୟ ଶତକ ଲଗାଇଥିଲେ । ସେ ୧୦୯ ରନ୍ କରିଥିଲେ । ଏଥିରେ ୧୦ ଚଉକା ଓ ୨ ଛକା ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.