ଯଦି ଆପଣଙ୍କର କ୍ଷୀର ପିଇବା ପସନ୍ଦ ନାହିଁ, ତେବେ ଖାଦ୍ୟରେ ସାମିଲ କରନ୍ତୁ ଏହି ଖାଦ୍ୟ

ଏମିତିରେ ତ ଶରୀରରେ କ୍ୟାଲସିୟମ ମାତ୍ରା କୌଣସି ବି ବୟସରେ କମି ଯାଇପାରେ ।  କିନ୍ତୁ ସାଧାରଣତଃ ମହିଳାଙ୍କ ଠାରେ ଏହି ସମସ୍ୟା ଅଧିକ ଦେଖାଦେଇଥାଏ ।  ଗବେଷଣାରୁ ଜଣାଯାଇଛିକି ଦେଶର ପ୍ରାୟ ଅର୍ଦ୍ଧାଧିକ ମହିଳା କ୍ୟାଲସିୟମ ମାତ୍ରା କମର ଶିକାର ହେଉଛନ୍ତି ।  ଆଉ ଏହି କାରଣରୁ ହିଁ ବୃଦ୍ଧାବସ୍ଥା ପୂର୍ବରୁ ହିଁ ସେମାନଙ୍କ ଠାରେ ଅଂଟା ବିନ୍ଧା, ଆଂଠୁଗଣ୍ଠି ବିନ୍ଧା ପରି ସମସ୍ୟା ଦେଖାଦେଉଛି ।  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଭାରତରେ ପ୍ରାୟ ୮୫
ପ୍ରତିଶତ ଲୋକ କ୍ୟାଲସିୟମ ମାତ୍ରା କମର ଶିକାର ହେଉଛନ୍ତି ।

କାହିଁକି ଦରକାର କ୍ୟାଲସିୟମ ?

କ୍ୟାଲସିୟମ ଏକ ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଯାହା ଆମ ଶରୀର ପାଇଁ ନିହାତି ଆବଶ୍ୟକ ।  ଆମ ଦାନ୍ତ ତଥା ହାଡକୁ ମଜବୁତ କରିବାରେ କ୍ୟାଲସିୟମର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ।  ଏହା ରକ୍ତ ଜମାଟ ନବାନ୍ଧିବା ସହିତ ମାଂଶପେଷି ଗୁଡିକୁ ସଂକୁଚିତ ହେବାକୁ ଦିଏନାହିଁ ।  କିନ୍ତୁ ଆଜିକା ସମୟରେ ଅଧିକାଂଶ ମହିଳା କ୍ୟାଲସିୟମ ମାତ୍ରା କମର ଶିକାର ହେଉଛନ୍ତି ।  ଆଉ ଏବେ ଏହା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି ।  ବିଶେଷ କରି ଗର୍ଭାବସ୍ଥା ସମୟରେ ମହିଳା ମାନଙ୍କୁ କ୍ୟାଲସିୟମ ମାତ୍ରା କମର ଶିକାର ହେବାକୁ ପଡିଥାଏ ।  ଆଉ ଏହି ସମୟରେ ସେମାନଙ୍କ ହାଡ ଦୁର୍ବଳ ହେବା ସହ ଶରୀରରେ ଓଷ୍ଟିଓପୋରସିସ ହେବାର ଆଶଙ୍କା ଅନେକ ଗୁଣା ବଢିଯାଏ ।  ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଭାରତରେ ସର୍ବଧିକ କ୍ଷୀର ଉତ୍ପାଦନ ହୋଇଥାଏ ।  କିନ୍ତୁ ତଥାପି ଆହାରରେ କ୍ଷୀରର ପରିମାଣ ଖୁବ କମ ରହିଥାଏ ।  କାରଣ କିଛି ମହିଳା କ୍ଷୀର ପିଇବାକୁ ପସନ୍ଦ କରନ୍ତି ନାହିଁ ଆଉ କିଛି ଜଣ କ୍ଷୀରକୁ ସହଜରେ ହଜମ କରିପାରନ୍ତି ନାହିଁ ।  ଯଦି ଆପଣ ବି ଏହି ଲିଷ୍ଟରେ ସାମିଲ ଅଛନ୍ତି ତେବେ କ୍ଷୀର ବଦଳରେ ଏହି ସବୁ ଖାଦ୍ୟକୁ ନିଜ ଆହାରରେ ସାମିଲ କରନ୍ତୁ ।

ବାଦାମ:

ଅଧା କପ ବାଦାମରେ ପାଖାପାଖି ୧୩୦ ମିଲିଗ୍ରାମରୁ ଅଧିକ କ୍ୟାଲସିୟମ ରହିଥାଏ ।  ଯାହା କେବଳ ହାଡ ମଜବୁତ କରିନଥାଏ ଅନେକ ରୋଗରୁ ବି ମୁକ୍ତି ଦେଇଥାଏ ।

ଦଲିଆ:

ଗୋଟେ ଗିନା ଦଲିଆରେ ପ୍ରାୟ ୧୦୦ mg କ୍ୟାଲସିୟମ ଭରି ରହିଥାଏ ।  ଯାହାକି ହାଡ ମଜବୁତ କରିଥାଏ ।  ଏହା ବ୍ୟତୀତ ଏହି ଖାଦ୍ୟ ସହଜରେ ହଜମ ମଧ୍ୟ ହୋଇଥାଏ ।

til image
image credit: The Indian Express

 

ରାଶି:

ଗୋଟେ ଚାମଚ ରାଶିରେ 88 ମିଲିଗ୍ରାମ କ୍ୟାଲସିୟମ ସହିତ ମ୍ୟାଗନେସିୟମ ଭାରି ରହିଥାଏ ।  ଯାହାକି ଉଚ୍ଚ ରକ୍ତଚାପକୁ କମ କରିଥାଏ ।  ଏହା ସହ ଏହା ଅନିଦ୍ରା ଦୂର କରିବା ସହିତ ହୃଦରୋଗ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ |

ଟୋଫୁ:

ଅଧା କପ ଟୋଫୁରେ ୮୬ ପ୍ରତିଶତ କ୍ୟାଲସିୟମ ଭରି ରହିଥାଏ ।  ଯାହାକି ଆଣ୍ଠୁ ଠାରୁ ଆରମ୍ଭ କରି ଅନ୍ୟାନ ସମସ୍ୟାରୁ ମୁକ୍ତି ଦେଇଥାଏ ।

ଦହି:

ଗୋଟେ ମାଧ୍ୟମ କପ ଆକାରର ଦହିରେ ୨୨୦ ମିଲିଗ୍ରାମ କ୍ୟାଲସିୟମ ଅଛି । ପ୍ରବାୟୋଟିକ ବ୍ୟାକ୍ଟେରିଆରେ ଭରପୁର ହୋଇଥାଏ ।  ପାଚନ କ୍ରିୟାକୁ ମଜବୁତ କରିଥଏ ।

ମାଣ୍ଡିଆ:

ଭାରତର ରାଷ୍ଟ୍ରୀୟ ପୋଷଣ ସଂସ୍ଥାନ ଅନୁଯାୟୀ, ୧୦୦ ଗ୍ରାମ ମାଣ୍ଡିଆରେ ୩୪୪ ମିଲିଗ୍ରାମ କ୍ୟାଲସିୟମ ଅଛି ।  ଆପଣ ଏହାକୁ ଖାଇବା ସହିତ ଏହାକୁ ପେଷି ଅଟା ମଧ୍ୟ କରିପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.