Below header

ଭୁବନେଶ୍ୱରରେ ପ୍ରାକ ନିର୍ବାଚନୀ ହିଂସା ନେଇ ଥାନାରେ ୪ଟି ମାମଲା ରୁଜୁ: ଡିସିପି

ଭୁବନେଶ୍ୱର(କେନ୍ଯୁଜ୍):ରାଜଧାନୀ ଭୁବନେଶ୍ୱରରେ ପ୍ରାକ ନିର୍ବାଚନୀ ହିଂସା ନେଇ ଲକ୍ଷ୍ମୀନଗର ଥାନାରେ ୪ଟି ମାମଲା ରୁଜୁ ହୋଇଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ଆକ୍ରମଣରେ ଆହତମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କର ବୟାନ ରେକର୍ଡ କରାଯାଇଛି ।

ବିଳମ୍ବିତ ରାତିରେ ହିଂସା ଘଟାଇଥିବା ଲୋକଙ୍କ ସହ ରାସ୍ତା ଅବରୋଧ କରିଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି । ଅତିରିକ୍ତ ଡିସିପି, ଜୋନ ଏସିପି ଓ ଥାନା ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ଆହତ ହୋଇଥିବା ବ୍ୟକ୍ତିଙ୍କ ସୂଚନା ସହ CCTV ଭିଜୁଆଲ ଆଧାରରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.