ବିବାହ କରିବାକୁ ଯାଉଛନ୍ତି ଜଣାଶୁଣା କଣ୍ଠଶିଳ୍ପୀ ଜୁବିନ୍‌ ନୌଟିୟାଲ, ଧରିବେ ଏହି ଅଭିନେତ୍ରୀଙ୍କ ହାତ

ବଲିଉଡ୍‌ରେ ପୁଣି ଫେରିଛି ବିବାହ ଋତୁ। ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଜଣାଶୁଣା କଣ୍ଠଶିଳ୍ପୀ ଜୁବିନ୍‌ ନୌଟିୟାଲ। ଅଭିନେତ୍ରୀ ନିକିତା ଦତ୍ତାଙ୍କ ସହ ବିବାହ କରିବେ ଏହି ୟଙ୍ଗ୍‌ ସିଙ୍ଗର। ଜୁବିନ୍‌ ଓ ନିକିତାଙ୍କର ଏକ କଥାବାର୍ତ୍ତାରୁ ଉଭୟେ ବିବାହ କରୁଥିବା ନେଇ ସୂଚନା ମିଳିଛି। ଏଥିସହ ନିକଟରେ ଉଭୟେ ଏକାଠି ଏକ ଫଟୋ ବି ସେୟାର କରିଥିଲେ, ଯାହା ପରଠୁ ଜୁବିନ୍‌ ଓ ନିକିତାଙ୍କ ବିବାହ ଖବର ଚର୍ଚ୍ଚାକୁ ଆସିଛି।

ଏହି ଫଟୋ ସେୟାର କରି ନିକିତା କ୍ୟାପ୍‌ସନ୍‌ରେ ଲେଖିଥିଲେ- ‘ମୁଁ ମୋ ଆତ୍ମାରୁ କିଛି ପାହାଡ଼ରେ ଛାଡ଼ି ଦେଇ ଆସିଛି’। ନିକିତାଙ୍କ ଏହି ପୋଷ୍ଟରେ ରିପ୍ଲାଏ କରି ଜୁବିନ୍‌ ଲେଖିଛନ୍ତିି- ‘କଣ ଆପଣ ଏଠି ବି ମନ ଛାଡ଼ି ଦେଇଯାଇଛନ୍ତି’। ଉଭୟଙ୍କ କଥାବାର୍ତ୍ତାରୁ ଜଣାଯାଉଛି ଯେ ଉଭୟଙ୍କ ଭିତରେ କିଛି ଅଛି। ରିପୋର୍ଟ ମୁତାବକ, ନିକିତା ଉତ୍ତରାଖଣ୍ଡ ସ୍ଥିତ ଜୁବିନ୍‌ ନୌଟିଆଲ୍‌ଙ୍କ ଘରକୁ ଯାଇଥିଲେ । ସେହିପରି ଜୁବିନ୍‌ ମଧ୍ୟ ବାହାଘର ବିଷୟରେ ପ୍ଲାନିଂ କରିବାକୁ ମୁମ୍ବାଇରେ ତାଙ୍କୁ ଦେଖା କରିବାକୁ ଯାଇଥିଲେ।

Jubin

ଲୋକପ୍ରିୟ ଗାୟକ ଜୁବିନ୍‌ ନୌଟିଆଲ ଓ କବୀର ସିଂହ ଅଭିନେତ୍ରୀ ନିକିତା ଦତ୍ତାଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳିଛି। ଏଣୁ ଉଭୟଙ୍କ ମଧ୍ୟରେ କିଛି ଚାଲିଥିବାର ସନ୍ଦେହ କରାଯାଉଥିଲା। ଉଭୟଙ୍କୁ ଏକାଠି ରୋସ୍ତୋରାଁ, ଏୟାରପୋର୍ଟ, ମଲ୍‌ରେ ବି ଅନେକ ଥର ସ୍ପଟ୍‌ କରାଯାଇଛି। କିନ୍ତୁ ଉଭୟେ କେବେ ବି ନିଜ ସମ୍ପର୍କ ବିଷୟରେ କିଛି କହିନଥିଲେ।

 

View this post on Instagram

 

A post shared by Jubin Nautiyal (@jubin_nautiyal)

ପ୍ରକାଶ ଯେ ଜୁବିନ୍‌ ଓ ନିକିତା ପରସ୍ପରକୁ ପ୍ରଥମ ଥର ପାଇଁ କବୀର ସିଂହର ସୁଟିଂ ସେଟ୍‌ରେ ଭେଟି ଥିଲେ। ଏହି ଫିଲ୍ମରେ ନିକିତା ଶାହିଦଙ୍କ ପ୍ରେମିକା ଭୂମିକାରେ ଅଭିନୟ କରିଥିଲେ। ଜୁବିନ୍‌ ଏହି ଫିଲ୍ମରେ ସୁପର ହିଟ୍‌ ଗୀତ ‘ତୁଝେ କିତନା ଚାହେ ଔର ହମ୍‌’ ଗୀତ ଗାଇଥିଲେ।

Also Read: ଆଇପିଏଲ୍‌ ୨୦୨୨: ନୂଆ ଜର୍ସି ଲଞ୍ଚ୍‌ କଲେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍‌ସ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.