ପ୍ରେମିକା ପ୍ରିୟାଙ୍କ ହାତ ଧରିବେ ପଞ୍ଜାବୀ ଗାୟକ ମିଲିନ୍ଦ ଗାବା, ଏପ୍ରିଲ ୧୬ରେ ପଡିବ ହାତଗଣ୍ଠି

୨୦୨୨ ମନୋରଂଜନ ଜଗତ ପାଇଁ ବିବାହ ବର୍ଷ ପାଲଟିଯାଇଛି। ଗତ କିଛିଦିନ ମଧ୍ୟରେ କେତେକ ସେଲିବ୍ରିଟି ବିବାହ କରିଛନ୍ତି। ଆଉ ଏବେ ଏହି ତାଲିକାରେ ଯୋଡି ହେବାକୁ ଯାଉଛନ୍ତି ଲୋକପ୍ରିୟ ପଞ୍ଜାବୀ ଗାୟକ ମିଲିନ୍ଦ ଗାବା। ମିଲିନ୍ଦ ବାହା ହେବାକୁ ପ୍ରସ୍ତୁତ ରହିଛନ୍ତି। ମିଲିନ୍ଦ ପ୍ରେମିକା ପ୍ରିୟା ବେନିଓ୍ଵାଲଙ୍କୁ ଡେଟ୍‌ କରୁଛନ୍ତି। ଦୁହେଁ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ପ୍ରିୟା ଏବଂ ମିଲିନ୍ଦ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ନିଜର ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ମିଲିନ୍ଦ।

ମିଲିନ୍ଦ ଏବଂ ପ୍ରିୟା ଏପ୍ରିଲ ୧୬ ତାରିଖରେ ବିବାହ କରିବେ। ଏକ ଇଣ୍ଟରଭ୍ୟୁ ଦେବା ସମୟରେ ମିଲିନ୍ଦ ଏହା କହିଛନ୍ତି। ନିଜ ଇଣ୍ଟଭ୍ୟୁରେ ମିଲିନ୍ଦ କହିଛନ୍ତି, ମୁଁ ନର୍ଭସ ରହିଛି। ଜୀବନର ନୂଆ ଅଧ୍ୟାୟ କରିବାକୁ ନେଇ ବହୁତ ଉତ୍ସାହିତ ରହିଛି। ମୁଁ ଅନେକ ବିବାହରେ ଗୀତ ଗାଇଛି, କିନ୍ତୁ ନିଜ ବିବାହ ପାଇଁ ବହୁ ଉତ୍ସାହିତ ରହିଛି।

ମିଲିନ୍ଦ ହେବାକୁ ଥିବା ପତ୍ନୀଙ୍କ ପାଇଁ ବହୁତ କିଛି ସରପ୍ରାଇଜ କରିଛନ୍ତି। ସେଥିପାଇଁ ମଧ୍ୟ ପ୍ରସ୍ତୁତି ରହିଛନ୍ତି। ବିବାହ ଜାଟ୍‌ ଏବଂ ପଞ୍ଜାବୀ ରୀତିନୀତି ଅନୁଯାୟୀ ହେବ। ବିବାହ ଉତ୍ସବ ୧୧ ଏପ୍ରିଲରୁ ଆରମ୍ଭ ହେବ। ଏହାପରେ ୧୩ ଏପ୍ରିଲରେ କକଟେଲ୍‌ ପାର୍ଟି ହେବ। ୧୫ ତାରିଖରେ ପ୍ରିୟାଙ୍କ ଘରେ ମେହେନ୍ଦୀ ସେରିମନି ହେବ ବୋଲି ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.