କି ଲୋଭରେ ବାବା! ରୁଷ୍‌ରେ McDonald ବନ୍ଦ ହେବା ପରେ ଫ୍ରିଜ୍‌ରେ ବର୍ଗର ଫୁଲ୍‌ କରିଦେଲେ ଯୁବକ, ଦେଖନ୍ତୁ ଫଟୋ

ରୁଷ ଓ ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ଅନେକ ବଡ଼ ବଡ଼ କମ୍ପାନୀ ରୁଷ୍‌କୁ ବ୍ୟାନ୍‌ କରିବା ଆରମ୍ଭ କରିଛନ୍ତି। ଏହି ତାଲିକାରେ ମ୍ୟାକ୍‌ ଡୋନାଲ୍ଡ, ଷ୍ଟାର ବକ୍ସ ଓ କୋକାକୋଲା ବି ସାମିଲ ଅଛି। ଲୋକପ୍ରିୟ ସ୍ନାକ୍ସ କମ୍ପାନୀ ମ୍ୟାକ୍‌ ଡୋନାଲ୍ଡର ରୁଷ୍‌ରେ ବି ଅନେକ ଫ୍ୟାନ୍‌ ଅଛନ୍ତି। ସେମାନେ ପାଗଳ ଭାବେ ମ୍ୟାକ୍‌ ଡୋନାଲ୍ଡର ବର୍ଗର, ପିଜ୍ଜା ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ରୁଷ୍‌ରେ ମ୍ୟାକ୍‌ ଡୋନାଲ୍ଡର ବିଜ୍‌ନେସ୍‌ ବନ୍ଦ ହେବା ଖବର ବର୍ଗର ପ୍ରେମୀଙ୍କୁ ଖୁବ୍‌ ଆଘାତ ଦେଇଛି। ଏଣୁ ସେମାନେ ଏବେ ନିଜ ଫ୍ରିଜ୍‌ରେ ୫୦-୧୦୦ଟି ବର୍ଗର ଷ୍ଟୋର କରୁଥିବା ଦେଖିବାକୁ ମିଳିଛି।

ଏବେ ସୋସିଆଲ ମିଡିଆରେ ଏକ ଫଟୋ ଖୁବ୍‌ ଭାଇରାଲ ହେଉଛି। ଭାଇରାଲ ହେଉଥିବା ଫଟୋଟି ରୁଷ୍‌ର ବୋଲି କୁହାଯାଉଛି। ଏହି ଫଟୋରେ ଏକ ଫ୍ରିଜ୍‌ରେ ୫୦ରୁ ଊର୍ଦ୍ଧ୍ୱ ବର୍ଗର ଷ୍ଟୋର କରାଯାଇଥିବା ଦେଖାଯାଇଛି। ଫଟୋ ସେୟାର କରିଥିବା ବ୍ୟକ୍ତି କହିଛନ୍ତି- ମୋ ସାଙ୍ଗ ରୁଷ୍‌ରେ ମ୍ୟାକ୍‌ ଡେନାଲ୍ଡର ବ୍ରାଞ୍ଚ୍‌ ବନ୍ଦ ହେବା ଶୁଣି ନିଜ ଫ୍ରିଜ୍‌ରେ ଏସବୁ ସାଇତି ରଖିଛନ୍ତି। ଯୁବକଙ୍କ ଏହି କାମ ଦେଖି ସହଜରେ ଅନୁମାନ ଲଗାଇ ହେଉଛି ଯେ ସେ ବର୍ଗରକୁ କେତେ ପସନ୍ଦ କରନ୍ତି।

ରିପୋର୍ଟ ମୁତାବକ, ଯୁଦ୍ଧ ମଧ୍ୟରେ ମ୍ୟାକ୍‌ ଡୋନାଲ୍ଡ ରୁଷ୍‌ରେ ୮୫୦ଟି ଶାଖା ବନ୍ଦ କରିଛି। ଏହି ଘୋଷଣା ପରେ ସେଠାରେ McDonald ୨୫୦ ପାଉଣ୍ଡ ବା ପାଖାପାଖି ୨୫ ହଜାର ଟଙ୍କାରେ ଅନ୍‌ଲାଇନ୍‌ ବିକ୍ରି ହେଉଛି। ଏନେଇ କମ୍ପାନୀ ପକ୍ଷରୁ ବିଜ୍ଞାପନ ବି ଜାରି କରାଯାଇଛି। ଏହି ବିଜ୍ଞାପନ ମୁତାବକ, ମିଲ୍‌ରେ ଗୋଟିଏ ଡବଲ ବିଗ୍‌ ମ୍ୟାକ୍‌, ଏକ ଡବଲ ରୟାଲ, ବଡ଼ ବଡ଼ ୨ଟି ଚିପ୍ସ, ୧୮ ମ୍ୟାକ୍‌ ନଗେଟ୍ସ ଓ ମୋଜେରେଲା ଡିପର ରହିଛି। ଯୁଦ୍ଧ ଯୋଗୁ ସେଠାରେ ମ୍ୟାକ୍‌ ଡୋନାଲ୍ଡର ପ୍ରଡକ୍ଟର ଦାମ୍‌ ଆକାଶ ଛୁଆଁ ହୋଇଛି।

Also Read: ବିବାହ କରିବାକୁ ଯାଉଛନ୍ତି ଜଣାଶୁଣା କଣ୍ଠଶିଳ୍ପୀ ଜୁବିନ୍‌ ନୌଟିୟାଲ, ଧରିବେ ଏହି ଅଭିନେତ୍ରୀଙ୍କ ହାତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.