ଆଇପିଏଲ୍ ୨୦୨୨: ନୂଆ ଜର୍ସି ଲଞ୍ଚ୍ କଲେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ

ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୨। ଏହାର ଫାଇନାଲ୍ ମ୍ୟାଚ୍ ମେ ୨୯ରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟକୁ ନେଇ ସମସ୍ତ ୧୦ ଫ୍ରାଞ୍ଚାଇଜ୍ ପ୍ରସ୍ତୁତି ପୂରା କରିସାରିଲେଣି। ଏହି ନୂଆ ସିଜନ୍ରେ ଦିଲ୍ଲୀ କ୍ୟାପିଟାଲ୍ସର ଟିମ୍ ଓ ମୁମ୍ବାଇ ଇଣ୍ଡିଆନ୍ସର ଟିମ୍ ସମ୍ପୂର୍ଣ୍ଣ ନୂଆ ଲୁକ୍ରେ ନଜର ଆସିବେ।
ଉଭୟ ଟିମ୍ ପକ୍ଷରୁ ଆଜି ନୂଆ ଜର୍ସି ଲଞ୍ଚ୍ କରାଯାଇଛି। ଦିଲ୍ଲୀ ଟିମ୍ ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ନୂଆ ଜର୍ସି ଲଞ୍ଚ୍ କରିଛି। ଜର୍ସିର ଆଗ ପଟେ ବାଘ ଗର୍ଜନ କରୁଥିବା ଲୋଗୋ ଲାଗିଛି। ସେହିପରି ପଛପଟେ ପଞ୍ଝା ଚିହ୍ନ ରହିଛି। ଏହି ଜର୍ସିରେ ନୀଳ ଓ ନାଲି ରଙ୍ଗର ମିଶ୍ରଣ ଥିବା ଦେଖିବାକୁ ମିଳିଛି।
ଦେଖନ୍ତୁ ଭିଡିଓ:
🎥 | #NayiDilliKiNayiJersey ➡️ In all its glory 💙❤️#YehHaiNayiDilli #IPL2022 pic.twitter.com/D8vwyr4fdt
— Delhi Capitals (@DelhiCapitals) March 12, 2022
ସେହିପରି ମୁମ୍ବାଇ ଇଣ୍ଡିଆନ୍ ମଧ୍ୟ ଆଜି ନୂଆ ଜର୍ସି ଲଞ୍ଚ୍ କରିଛି। ସବୁ ଥର ଭଳି ଏଥରକ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସର ଜର୍ସି ବ୍ଲୁ କଲରର ରହିଛି। ଏଥିରେ କଡ଼ରେ ହଳଦିଆ ରଙ୍ଗର ଷ୍ଟ୍ରାଇକ୍ ଦିଆଯାଇଛି, ଯାହା ଜର୍ସିକୁ ଅଧିକ ଆକର୍ଷଣୀୟ ବନଉଛି।
ନଜର ପକାନ୍ତୁ:
Mumbai Indians meri jaan 💙#OneFamily #MumbaiIndians #AalaRe #IPLAuction pic.twitter.com/f6azyFgL6p
— Mumbai Indians (@mipaltan) February 14, 2022
Also Read: ‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କଲେ ହରିୟାଣା ସରକାର