Below header

ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ: ପ୍ରଥମ ଦିନରେ ପ୍ରଥମ ଦିନରେ ରୋହିତଙ୍କ ଦମଦାର ବ୍ଯାଟିଂ, ଭାରତର ସ୍କୋର ୩୦୦/୬

ଭାରତ-ଇଂଲଣ୍ଡ ମଧ୍ୟରେ ଚେନ୍ନାଇର ଚିଦାମ୍ବରମ୍ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ଯାଚ। ମ୍ଯାଚର ପ୍ରଥମ ଦିନରେ ହିଟ୍ ମ୍ଯାନ ଅର୍ଥାତ୍ ରୋହିତ ଶର୍ମା ଧୁଆଁଧାର ରନ୍ କରିଛନ୍ତି। ରୋହିତ ୧୬୧ ରନ୍ ବଳରେ ମଜଭୁତ ସ୍ଥିତିରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ରୋହିତ ମୋଟ ୨୩୧ ବଲ ଖେଳି ୧୮ଟି ଚୌକା ଏବଂ ୨ଟି ଛକା ସହାୟତାରେ ୧୬୧ ରନ୍ କରି ଆଉଟ ହୋଇଛନ୍ତି । ଏହା ସହିତ ରୋହିତ ଶର୍ମାଙ୍କୁ ଭରପୁର ସହଯୋଗ କରିଥିଲେ ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ । ରାହେଣ ମଧ୍ୟ ୬୭ ରନ୍ କରି ଆଉଟ ହୋଇଛନ୍ତି।

ଅଜିଙ୍କ୍ୟ ରାହାଣେ ନିଜ ଟେଷ୍ଟ କ୍ୟାରିୟରର ୨୩ ତମ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେହିଭଳି ରୋହିତ ଶର୍ମା ନିଜ କ୍ୟାରିୟରରେ ଚତୁର୍ଥ ଥର ପାଇଁ ୧୫୦ ରନ୍ ପୂରଣ କରିଛନ୍ତି । ବର୍ତ୍ତମାନ ଭାରତର ସ୍କୋର ୩୦୦/୬ ରହିଛି । ଋଷଭ ପନ୍ତ ୩୩ ଏବଂ ଅକ୍ସର ପଟେଲ ୫ ରନ କରି ଅପରାଜିତ ରହିଛନ୍ତି।

ଦ୍ୱିତୀୟ ଟେଷ୍ଟରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳର ଓପନର ଶୁଭମନ ଗିଲ୍ କୌଣସି ରନ୍ ନକରି ପ୍ୟାଭିଲିୟନ ଫେରିଥିଲେ । ଗିଲଙ୍କ ପରେ ଚେତେଶ୍ୱର ପୂଜାରା ଭଲ ଆରମ୍ଭ କରିଥିଲେ ସୁଦ୍ଧା ନିରାଶ କରିଥିଲେ । ପୂଜାରା ୨୧ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ଅଧିନାୟକ ବିରାଟ କୋହଲି ମଧ୍ୟ ଖାତା ଖୋଲିବା ପୂର୍ବରୁ କ୍ଲିନ୍ ବୋଲ୍ଡ ହୋଇଥିଲେ । ଇଂଲଣ୍ଡ ପକ୍ଷରୁ ଓଲି ଷ୍ଟୋନ୍ ଗୋଟିଏ, ଜ୍ୟାକ୍ ଲେଚ୍ ୨ଟି ଓ ମୋଇନ ଅଲ୍ଲୀ ୨ଟି ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.