Below header

ପୁଣି ଚମକିଲେ କିସ୍ ଛାତ୍ରଛାତ୍ରୀ, ତାମିଲନାଡୁର କେପିଆର୍‌ ଗ୍ରୁପ୍‌ର ଶିକ୍ଷାନୁଷ୍ଠାନରେ ୧୫ ଜଣଙ୍କୁ ମଳିଲା ନିଯୁକ୍ତି

କେନ୍ୟୁଜ୍(ବ୍ୟୁରୋ):  କିସ୍‌ର ୧୫ ଜଣ ଛାତ୍ରଛାତ୍ରୀ ତାମିଲନାଡୁର କେପିଆର୍‌ ଗ୍ରୁପ୍‌ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ଅଧ୍ୟାପକ ଓ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି। ତାମିଲନାଡୁରେ ରହି କାମ କରୁଥିବା ଓଡ଼ିଆଙ୍କ ପିଲାମାନଙ୍କୁ ଓଡ଼ିଆରେ ଶିକ୍ଷାଦାନ ପାଇଁ କେପିଆର୍‌ ଗ୍ରୁପ୍‌ ପକ୍ଷରୁ ବ୍ୟବସ୍ଥା କରାଯାଇଛି । କେପିଆର୍‌ ଗ୍ରୁପ୍‌ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଠପଢାର ଉନ୍ନତି ପାଇଁ ଚେଷ୍ଟା ଜାରି ରଖିଥିବା ଗ୍ରୁପ ପକ୍ଷରୁ ସେଠାରେ ବିଦ୍ୟାଳୟର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ସେଠାରେ ଓଡ଼ିଆ ପିଲାମାନଙ୍କ ଶିକ୍ଷାଦାନ ପାଇଁ ଉପଯୁକ୍ତ ଶିକ୍ଷକ ଅଭାବ ପରିଲକ୍ଷିତ ହେଉଥିଲା । ଏ ସଂପର୍କରେ କେପିଆର୍‌ କର୍ତ୍ତୃପକ୍ଷ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଡ. ସାମନ୍ତଙ୍କ ପରାମର୍ଶ କ୍ରମେ କିସ୍‌ କର୍ତ୍ତୃପକ୍ଷ କିସ୍‌ର ୧୫ଜଣ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ନାମ ସୁପାରିଶ କରିଥିଲେ ।

kiss student

ପ୍ରଥମ ଦଫାରେ କେପିଆର ପକ୍ଷରୁ ଏହି ୧୫ଜଣଙ୍କ ନିକଟକୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ଛାତ୍ରଛାତ୍ରୀମାନେ ସେଠାରେ ସହକାରୀ ପ୍ରଫେସର ଓ ଶିକ୍ଷକ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରିବେ। ପରବର୍ତ୍ତୀ ସମୟରେ କେପିଆର୍‌ ପକ୍ଷରୁ କିସ୍‌ରୁ ଅଧିକ ଛାତ୍ରଛାତ୍ରୀ ଚୟନ କରାଯିବ । ଏହି ଅବସରରେ ନିଯୁକ୍ତି ପତ୍ର ପାଇଥିବା କିସ୍ର ଛାତ୍ରଛାତ୍ରୀ ସେମାନଙ୍କ ଅଭିଭାବକଙ୍କ ସହ ଶନିବାର ପ୍ରତିଷ୍ଠାତା ଡ. ସାମନ୍ତଙ୍କୁ ଭେଟିଥିଲେ। ଡ. ସାମନ୍ତ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ନିଯୁକ୍ତପତ୍ର ହସ୍ତାନ୍ତର କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.