ଏନ୍‌ଏମ୍‌ଏ ବାଇ-ଲ ପ୍ରସଙ୍ଗ: ଅନୁଭବ ମହାନ୍ତି ଡାକିଲେ କିନ୍ତୁ ଅପରାଜିତା ଗଲେ ନାହିଁ

କେନ୍ୟୁଜ୍(ବ୍ୟୁରୋ):  ଏନ୍‌ଏମ୍‌ଏ ବାଇ-ଲ ପ୍ରସଙ୍ଗରେ ମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ଗଲେନି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ବିଜେଡି ସାଂସଦ ପ୍ରତିନିଧି ଦଳ ଆଲୋଚନାକୁ ଯିବା ପୂର୍ବରୁ ସାଂସଦ ଅନୁଭବ ମହାନ୍ତି ଅପରାଜିତାଙ୍କୁ ଡାକିଥିଲେ । ଏକାଠି ଯିବାକୁ ଅନୁରୋଧ କରିଥିଲେ । ହେଲେ ଯିବା ପାଇଁ ମନା କରିଥିଲେ ଅପରାଜିତା । ସେ ସହଯୋଗ କରିନଥିଲେ । ଏହା ସଂପୂର୍ଣ୍ଣ ଅଣରାଜନୈତିକ ପ୍ରସଙ୍ଗ ।

ଓଡ଼ିଶାର ସମ୍ମାନ ଓ ସାଂସ୍କୃତିକ ଭାବାବେଗ ସହ ଜଡିତ ପ୍ରସଙ୍ଗରେ ସହଯୋଗ ନକରିବା ଅନୁତାପର ବିଷୟ ବୋଲି ଅନୁଭବ ମହାନ୍ତି କହିଛନ୍ତି । ସେପଟେ ଅପରାଜିତା ଷଡ଼ଙ୍ଗୀ ପ୍ରତିକ୍ରିୟାରେ କହିଛନ୍ତି ସେ ଭୁବନେଶ୍ୱର ଆସିଲେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିବେ ।

ସେପଟେ ଏକାମ୍ର କ୍ଷେତ୍ର ବାଇ-ଲ ପ୍ରତ୍ୟାହାର ପାଇଁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିଲେ ବିଜେଡି ସାଂସଦଙ୍କ ପ୍ରତିନିଧି ଦଳ । ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ଵାଲଙ୍କୁ ମଧ୍ୟ ପ୍ରତିନିଧି ଦଳ ଭେଟିଛନ୍ତି । ଲିଙ୍ଗରାଜ ମନ୍ଦିର ପାଇଁ ଏନ୍‌ଏମ୍‌ର ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ସାଂସଦ ଭର୍ତ୍ତୃହରି ମହତାବ, ପିନାକୀ ମିଶ୍ର, ସୁଜିତ କୁମାର, ଏନ୍‌ ଭାସ୍କର ରାଓ ପ୍ରମୁଖ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ଓଡ଼ିଶାର ସମସ୍ତ ସାଂସଦ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିବାକୁ ଅପିଲ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.