Below header

ସାବଧାନ୍‌! ଶୋଇବା ପୂର୍ବରୁ ଏସବୁ ଖାଦ୍ୟ ଜମା ଖାଆନ୍ତୁ ନାହିଁ, ଦେଖାଦେଇପାରେ ଗମ୍ଭୀର ସମସ୍ୟା

ରାତି ଆମେ କ’ଣ ଖାଇବା ପରେ ଶୋଉଛେ ତାହା ଆମ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ। କେତେକ ଏଭଳି ଖାଦ୍ୟ ଅଛି ଯାହା ଆମେ ଶୋଇବା ପୂର୍ବରୁ ଖାଇବା ଅନୁଚିତ୍‌। ଯେମିତିକି ରାତିରେ ଛଣାଛଣି ଖାଇବା ଦ୍ୱାରା ଏସିଡିଟି ଭଳି ସମସ୍ୟା ହୋଇଥାଏ। ତେବେ ଆସନ୍ତୁ ଜାଣିବା ରାତିରେ କେଉଁ କେଉଁ ଜିନିଷ ଖାଇବା ଅନୁଚିତ୍‌…

କିଛି ଲୋକ ରାତିରେ ଶୋଇବା ପୂର୍ବରୁ ମଧ୍ୟ ଚା’ ପିଇଥାନ୍ତି। କିନ୍ତୁ ଏହି ଅଭ୍ୟାସ ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇପାରେ। ଶୋଇବା ପୂର୍ବରୁ ଚା’ ପିଇଲେ ନିଦ ହେବାରେ ସମସ୍ୟା ଉପୁଜିଥାଏ।

ସେହିପରି ଆଉ କିଛି ଲୋକଙ୍କୁ ରାତିରେ ଭୋକ ଲାଗିଲେ ଚିପ୍ସ ଖାଇଥାନ୍ତି। କିନ୍ତୁ ଏହା ଦେହ ଖରାପ କରିପାରେ। କାରଣ ପ୍ରୋସେସଡ୍‌ ଫୁଡ୍‌ରେ ମୋନୋସୋଡିୟମ୍‌ ଗ୍ଲୁଟେମେଟ୍‌ ଅଧିକ ମାତ୍ରାରେ ରହିଥାଏ। ଯାହା ଦ୍ୱାରା ଅନିଦ୍ରା ସମସ୍ୟା ଦେଖାଯାଇପାରେ।

ରାତିରେ ଚକୋଲେଟ୍‌ ଖାଇବା ମଧ୍ୟ ଅନୁଚିତ୍‌। କାରଣ ଚକୋଲେଟ୍‌ରେ କ୍ୟାଫେନ୍‌ ରହିଥାଏ, ଯାହା ନିଦରେ ବାଧକ ସୃଷ୍ଟି କରିପାରେ।

ସେହିପରି ରାତିରେ ମାଂସ ଖାଇବା ଠିକ୍‌ ନୁହେଁ। ଏହା ଦ୍ୱାରା ପାଚନରେ ସମସ୍ୟା ଉପୁଜିପାରେ। ଫଳରେ ପର ଦିନ ପେଟ ସମ୍ବନ୍ଧୀୟ ସମସ୍ୟା, ଯଥା: କୋଷ୍ଠକାଠିନ୍ୟ ହୋଇପାରେ। ଏଣୁ ରାତିରେ ସବୁବେଳେ ହାଲ୍‌କା ଭୋଜନ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.