Below header

ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ: ଦ୍ବିତୀୟ ଇନିଂସରେ ସଂଘର୍ଷ କରୁଛନ୍ତି ଭାରତୀୟ ବ୍ଯାଟ୍ସମ୍ଯାନ

ଲିଡସ୍‌ ଟେଷ୍ଟ ବଞ୍ଚାଇବାକୁ ଭାରତର ସଂଘର୍ଷ ଜାରି । ପ୍ରଥମ ଇନିଂସରେ ଫେଲ ମାରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ଦ୍ୱିତୀୟ ଇନିଂସରେ ଦମ ଦେଖାଇଛନ୍ତି । ଦମଦାର ବ୍ୟାଟିଂ କରିଛନ୍ତି ଚେତେଶ୍ୱର ପୂଜାରା ଓ ଅଧିନାୟକ ବିରାଟ କୋହଲି । ତୃତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଭାରତ ୨ ଓ୍ଵିକେଟ ହରାଇ ୨୧୫ ରନ କରିଛି । ପୂଜାରା ୯୧ ଏବଂ କୋହଲି ୪୫ ରନ କରି ଅପରାଜିତ ଅଛନ୍ତି । ଏବେ ବି ଇଂଲଣ୍ଡ ଠାରୁ ୧୩୯ ରନ ପଛରେ ଅଛି ଟିମ ଇଣ୍ଡିଆ ।

ଆଜି ଭାରତୀୟ ବ୍ୟାଟ୍ସମ୍ୟାନ ସତର୍କତା ସହ ଖେଳ ଆରମ୍ଭ କରିଥିଲେ । ଦଳୀୟ ସ୍କୋର ୩୪ ରନ ହୋଇଥିବା ବେଳେ କେ.ଏଲ ରାହୁଳ ୮ ରନ କରି ପ୍ଯାଭିଲିଆନ ଫେରିଥିଲେ । ଏହାପରେ ପୂଜାରା ଓ ରୋହିତ ଶର୍ମା ଦମଦାର ବ୍ୟାଟିଂ କରିଥିଲେ । ତେବେ ୫୯ ରନ କରିଥିବା ବେଳେ ରୋହିତ ଶର୍ମା ଆଉଟ ହୋଇଥିଲେ । ପ୍ରଥମ ପାଳିରେ ୩୫୪ ରନର ଲିଡ୍‌ ନେଇଛି ଇଂଲଣ୍ଡ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.