୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ଭାଗ ନେବାକୁ ପାକିସ୍ତାନ ନଯାଇ ପାରେ ଭାରତ : କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ

ଅନ୍ତରାଷ୍ଟ୍ରୀୟ କ୍ରିକେଟ କାଉନ୍ସିଲ ବା ଆଇସିସି ମଙ୍ଗଳବାର ଆଗାମୀ ୧୦ ବର୍ଷ ପାଇଁ ଆୟୋଜକ ଦେଶମାନଙ୍କର ଏକ ତାଲିକା ପ୍ରସ୍ତୁତ କରିଛନ୍ତି । ୨୦୨୫ ମସିହାରେ ପାକିସ୍ତାନ ଟିମ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବ । କିନ୍ତୁ ଏପଟେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଏନେଇ ନିଜ ମତ ରଖିଛନ୍ତି । କିଛି ଭିନ୍ନ ଅନ୍ଦାଜରେ ଅନୁରାଗ କହିଛନ୍ତିକି, ମେନ ଇନ ବ୍ଲୁ ଅଥବା ଟିମ ଇଣ୍ଡିଆ ଚମ୍ପିଆନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନ ଯିବ କି ନାହିଁ ଠିକ ନାହିଁ । ପରିସ୍ଥିତିକୁ ଦେଖି ଆଗକୁ ନିଷ୍ପତ୍ତି ନିଆଯିବ ।

କହିରଖିବା ଉଚିତ ହେବକି ଦୁଇ ରାଷ୍ଟ୍ର ଭିତରେ ସ୍ଥିତି କ୍ରମଶଃ ଜଟିଳ ହେବାରେ ଲାଗିଛି । କେବଳ ଆଇସିସି ଦ୍ୱାରା ଆୟୋଜିତ କ୍ରିକେଟ ମ୍ୟାଚ ଗୁଡିକରେ ହିଁ ଉଭୟ ଟିମ ମୁହାଁମୁହିଁ ହେଉଛନ୍ତି । କିନ୍ତୁ ଦୀର୍ଘଦିନ ହେବ ଟିମ ଇଣ୍ଡିଆ ସିରିଜ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିନାହିଁ । ମିଡ଼ିଆ ରିପୋର୍ଟର ମାନଙ୍କୁ ସାକ୍ଷାତ୍କାର ଦେବା ସମୟରେ ଅନୁରାଗ କହିଛନ୍ତିକି ଅନେକ ତର୍ଜମା କରାଯିବା ପରେ ହିଁ ଟିମ ଇଣ୍ଡିଆ ପାକିସ୍ତାନ ଗସ୍ତରେ ଯିବକି ନାହିଁ ନିଷ୍ପତ୍ତି ନିଆଯିବ । ଗୃହ ମନ୍ତ୍ରାଳୟ ବି ଏହି ଆଲୋଚନାରେ ଅଂଶଗ୍ରହଣ କରିବ ବୋଲି ଜଣାଯାଇଛି | ଶ୍ରୀ ଠାକୁର ଏହା ମଧ୍ୟ କହିଛନ୍ତିକି, ସମୟ ଆସିଲେ ଏନେଇ ଅଧିକ ନିଷ୍ପତ୍ତି ନିଆଯିବ । ଏଇ ନିକଟରେ ଅନେକ ରାଷ୍ଟ୍ର ସୁରକ୍ଷାକୁ ଆଖି ଆଗରେ ରଖି ପାକିସ୍ତାନ ଗସ୍ତରୁ ଓହରି ଆସିବାର ନଜିର ରହିଛି । ଆଉ ମଧ୍ୟ ଦୀର୍ଘ ଦିନର ବ୍ୟବଧାନ ପରେ ପାକିସ୍ଥାନରେ ଏକ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ ହେବାକୁ ଯାଉଛି । ଯେବେକି ୩ଟି ଟୁର୍ନାମେଣ୍ଟ ଭାରତରେ ଆୟୋଜନ କରାଯିବା ନେଇ ସ୍ଥିର ହୋଇଥିଲା ।

ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ ଓ ଆମେରିକା ମିଳିତ ଭାବରେ ୨୦୨୪ ଟି20 ବିଶ୍ୱ କପ ଆୟୋଜନ କରିବାକୁ ଯାଉଛନ୍ତି । ଇତିହାସରେ ପ୍ରଥମ ଥର ପାଇଁ କୌଣସି ବିଶ୍ୱସ୍ତରୀୟ କମ୍ପିଟିସନ ଉତ୍ତର ଆମେରିକାରେ ଆୟୋଜନ ହେବାକୁ ଯାଉଛି । ଅନ୍ୟପକ୍ଷରେ ମିଳିଥିବା ଖବରରୁ ଜଣାଯାଇଛିଯେ ୨୦୨୬ ରେ ଟି20 ବିଶ୍ୱକପ, ଶ୍ରୀଲଙ୍କା ଓ ବାଂଲାଦେଶ ସହିତ ୨୦୩୧ ରେ ୫୦ ଓଭର ବିଶିଷ୍ଟ ବିଶ୍ୱକପ ଭାରତ ଆୟୋଜନ କରିବ । ଆଉ ମଧ୍ୟ ୨୦୨୯ ରେ ଅନୁଷ୍ଠିତ ହେବାକୁ ଥିବା ଚ୍ୟାମ୍ପିୟାନ୍ସ ଟ୍ରଫି ବି ଭାରତରେ ହିଁ ଆୟୋଜନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.