Below header

ତାଳଚେରରେ ହାତୀ ଉପଦ୍ରବ, ଯେତିକି ଖାଉଛନ୍ତି ସେତିକି ନଷ୍ଟ କରୁଛନ୍ତି କ୍ଷେତ

ତାଳଚେର (କେନ୍ୟୁଜ): ଅଦିନିଆ ବର୍ଷା ସାଙ୍ଗକୁ ହାତୀମାନଙ୍କ ଉପଦ୍ରବ ଏବେ ଚାଷୀମାନଙ୍କ ଦୁଃଖକୁ ଦ୍ୱିଗୁଣିତ କରିଦେଇଛି । ତାଳଚେର ବ୍ଲକ୍‌ କଙ୍କିଳି ଗାଁରେ ଦୀର୍ଘ ଦିନ ହେବ ହାତୀପଲ ଗାଁକୁ ଆସି ବିଭିନ୍ନ ଲୋକଙ୍କ ଘର, ବାଡ଼ିରେ ପଶି ଉପଦ୍ରବ କରିବା ସହ ଅନେକ ଲୋକଙ୍କ ପନିପରିବା ସହ ଚାଷ ଜମି ମଧ୍ୟ ନଷ୍ଟ କରୁଛନ୍ତି । ଅଦିନିଆ ବର୍ଷା ଯୋଗୁଁ ଫସଲ ଉଜୁଡ଼ି ଯାଇଥିବା ବେଳେ ଏବେ ହାତୀ ମାନଙ୍କ ଏହି ଉପଦ୍ରବ ନେଇ ଚାଷୀମାନେ ହତାଶ ହୋଇ ପଡିଛନ୍ତି ।

ଅନ୍ୟପଟେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଅନେକ ଦିନ ହେବ ଏହିପରି ହାତୀମାନେ ଉପଦ୍ରବ କରିଆସୁଥିବା ବେଳେ ବନ ବିଭାଗ ଏଦିଗରେ ଅବହେଳା କରିଆସୁଛି । ବନ ବିଭାଗ ହାତୀମାନଙ୍କ ଗତିବିଧି ଉପରେ ନଜର ନଦେବା କାରଣରୁ ସେମାନେ ଏହିପରି ଫସଲ ନଷ୍ଟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.