ବିଶ୍ୱକପର କ୍ୱାର୍ଟରରେ ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଳୀ : ୮ ବର୍ଷ ପରେ ଶୀର୍ଷ ୮ ଦଳରେ ସାମିଲ ହେଲା ଭାରତୀୟ ମହିଳା ହକି ଦଳ । ମହିଳା ହକି ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଭାରତ । ଗତକାଲି ଖେଳାଯାଇଥିବା ପ୍ରି-କ୍ୱାର୍ଟର ମୁକାବିଲାରେ ଇଟାଲୀକୁ ୩-୦ ଗୋଲରେ ପରାସ୍ତ କରିଥିଲା ଦଳ । ‘କର ବା ମର’ ଏହି ମୁକାବିଲାରେ ଲାଲରେମସିଆମି, ନେହା ଗୋଏଲ ଓ ବନ୍ଦରା କାଟାରିଆ ଗୋଲ ଦେଇଥିଲେ । ଆସନ୍ତାକାଲି ଭାରତ କ୍ୱାର୍ଟର ଫାଇନାଲରେ ଆୟରଲାଣ୍ଡକୁ ଭେଟିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.