Below header

ସରିଲା ମହାନଦୀରେ ମହା ଅପରେସନ୍ : ତିନି ଦିନ ପରେ ଉଦ୍ଧାର ହେଲା ୧୨ ଚକିଆ ଟ୍ରକ୍

କଟକ : ଆଜି ସରିଲା ମହାନଦୀରେ ମହା ଅପରେସନ୍ । ତିନି ଦିନ ପରେ ମହାନଦୀରୁ ଉଦ୍ଧାର ହେଲା ୧୨ ଚକିଆ ଟ୍ରକ୍ । ଓଡ୍ରାଫ୍ଟ ଟିମ୍ ଓ ଅଗ୍ନିଶମ ବିଭାଗର ଅକ୍ଳାନ୍ତ ପରିଶ୍ରମ ପରେ ଗତକାଲି ରାତିରେ ଟ୍ରକକୁ ଉଦ୍ଧାର କରାଯାଇଛି। ମତ୍ସ୍ୟଜୀବୀଙ୍କ ଡଙ୍ଗା ସାହାର୍ୟ୍ୟରେ ସ୍କୁବା ଡ୍ରାଇଭରଙ୍କ ସହାୟତାରେ ଚେନ୍ରେ ନଦୀ ଭିତରେ ଥିବା ଟ୍ରକ୍କୁ ବନ୍ଧା ଯାଇଥିଲା। ପରେ ଜେସିବି ସାହାଯ୍ୟରେ ଟ୍ରକକୁ ଉଦ୍ଧାର ପାଇଁ ଉଦ୍ୟମ ହୋଇଥିଲା। ଏହି ସମୟରେ ଡ୍ରାଇଭରଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ଏହା ପରେ ରାତିରେ ଟ୍ରକକୁ ମହାନଦୀରୁ ଉଦ୍ଧାର କରାଯାଇଛି । ଗତ ରବିବାର ଏକ୍ସପ୍ରେସ ହାଇୱେର ଭୂତମୁଣ୍ଡାଇ ପୋଲ ଉପରୁ ମହାନଦୀକୁ ଏକ ୧୨ ଚକିଆ ଟ୍ରକ୍ ଖସି ପଡିଥିଲା । ପାରାଦୀପରୁ ଚଣ୍ଡିଖୋଲକୁ ମାଲ୍ ନେଇ ଟ୍ରକ୍ଟି ଯାଉଥିବା ବେଳେ ପସି ପଡ଼ିଥିଲା। ଏହା ପରେ ଟ୍ରକ ଓ ଡ୍ରାଇଭରକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.