ଆସନ୍ତାକାଲି ଭାରତ-ଆଫଗାନିସ୍ତାନ ମ୍ୟାଚ, ଜିତିବାକୁ ପଡିବ ମ୍ୟାଚ ନହେଲେ..

ଆଇସିସି ଟି-୨୦ ବିଶ୍ୱକପରେ ଆସନ୍ତାକାଲି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ମ୍ୟାଚ। ପୂର୍ବରୁ ୨ଟି ମ୍ୟାଚ ହାରିବା ପରେ ସେମିଫାଇନାଲରେ ପ୍ରବେଶ କରିବାକୁ ହେଲେ ଆସନ୍ତାକାଲି ମ୍ୟାଚ ଜିତିବାକୁ ପଡିବ। ଏହା ମଧ୍ୟରେ ଜବରଦସ୍ତ ଫର୍ମରେ ରହିଛି ଆଫଗାନିସ୍ତାନ ଟିମ୍‌। ୨୪ ଅକ୍ଟୋବରରେ ପାକିସ୍ତାନ ଠାରୁ ୧୦ ଓ୍ଵିକେଟରେ ଭାରତ ହାରିବା ପରେ ପୁଣି ୩୧ ଅକ୍ଟୋବରରେ ନ୍ୟୁଜିଲାଣ୍ଡ ଠାରୁ ଟିମ୍‌ ହାରିଛି।

ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଠାରୁ ହାରିବା ପରେ ଭାରତୀୟ ଟିମ୍‌ ଉପରେ କ୍ରିକେଟ ବିଶେଷଜ୍ଞ ପ୍ରଶ୍ନ କରୁଛନ୍ତି। ଏହା ମଧ୍ୟରେ ଆସନ୍ତାକାଲି ଆଫଗାନିସ୍ତାନ ସହିତ ମୁହାଁମୁହିଁ ହେବ ଟିମ୍‌ ଇଣ୍ଡିଆ।ଆଫଗାନିସ୍ତାନ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି ଏବଂ ରନ୍‌ ରେଟ୍‌ ମଧ୍ୟ ୩.୦୯୭ ରହିଛି। ଯଦି ଏହି ମ୍ୟାଚରେ ଟିମ୍‌ ଇଣ୍ଡିଆ ହରିଯାଏ, ତେବେ ସେମିଫାଇନାଲରେ ପହଞ୍ଚିବା ରାସ୍ତା ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ। କିନ୍ତୁ ଯଦି ଟିମ୍‌ ଇଣ୍ଡିଆ ଆଫଗାନିସ୍ତାନ ଠାରୁ ବଡ ଅନ୍ତରରେ ଜିତେ ଏବଂ ଆଫଗାନିସ୍ତାନ ଟିମ ନ୍ୟୁଜଲାଣ୍ଡକୁ ହରାଇଦିଏ, ତେବେ ଟିମ ଇଣ୍ଡିଆ ପାଖରେ ଆଶା ରହିଛି। ଏପରି ହେଲେ ଟିମ୍‌ ଇଣ୍ଡିଆକୁ ନେଟ ରନରେଟ ଗେମରେ ସାହାଯ୍ୟ ମିଳିବ।

କେତେବେଳେ ଏବଂ କେଉଁଠି ଖେଳାଯିବ ମ୍ୟାଚ:

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆବୁଧାବିର ଶେଖ ଜାୟଦ ଷ୍ଟାଡିଅମରେ ଖେଳାଯିବ ମ୍ୟାଚ। ମ୍ୟାଚ ଆସନ୍ତାକାଲି ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ। ମ୍ୟାଚ୍‌କୁ ଷ୍ଟାର ସ୍ପୋଟର୍ସ ନେଟଓ୍ଵାର୍କରେ ଦେଖିବାକୁ ମିଳିବ। ଏହାଛଡା ଡିଜନୀ ପ୍ଲସ ହଟଷ୍ଟାରରେ ଅନଲାଇନ ଷ୍ଟ୍ରିମିଂ କରି ଦେଖିପାରିବେ।

ସମ୍ଭାବ୍ୟ ଟିମ୍‌:

ଭାରତ : ବିରାଟ କୋହଲି (ଅଧିନାୟକ),ରବିଚନ୍ଦ୍ରନ ଅଶ୍ୱିନ୍, ଜସପ୍ରୀତ ବୁମ୍ରା, ରାହୁଲ ଚହର, ଇଶାନ କିଶନ (ଓ୍ଵିକେଟ କିପର), ରବିନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ , କେ.ଏଲ୍ ରାହୁଲ, ରୋହିତ, ଭରୁଣ ଚକ୍ରବର୍ତ୍ତୀ।

ଆଫଗାନିସ୍ତାନ: ମହମ୍ମଦ ନବୀ (ଅଧିନାୟକ), ଅସଗର ଆଫଗାନିସ୍ତାନ, ଫରିଦ ଅହମ୍ମଦ, ଗୁଲାବଦ୍ଦିନ ନାଏବ, ହମିଦ ହାସନ, ହାଶମୁତୁଲ୍ଲା ଶାହିଡି, ହଜରତୁଲ୍ଲା ଜାଜାଇ, କରିମ ଜନନାଟ, ମହମ୍ମଦ ଶାହାଜାଦ (ଓ୍ଵିକେଟ କିପର), ମୁଜିବ ଉର, ନଜିବୁଲ୍ଲା ଜାଦ୍ରାନ, ନବୀନ-ଉଲ ଖାନ ଏବଂ ଉସମାନ ଘାନି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.